ମେଷ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।
ବୃଷ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟସ୍ତତା ଭିତରେ ଦିନଟି କଟିବ।
ମିଥୁନ: ବଡ଼ ଭାଇ କିମ୍ବା ଅନ୍ୟ ଗୁରୁଜନଙ୍କ ସହଯୋଗ ମିଳିବ। ପାରିବାରିକ କଳହ ଦେଖାଦେଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
କର୍କଟ: ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ।
ସିଂହ: ସନ୍ଧ୍ୟାରେ ଘରକୁ ଫେରି ଆସନ୍ତୁ। ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ଅପରାହ୍ଣ ପରେ ପିଲାଙ୍କୁ ନେଇ ଚିନ୍ତିତ ରହିବେ।
କନ୍ୟା: ବ୍ୟବସାୟରେ ସଫଳତା ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ।
ତୁଳା: ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ବନ୍ଧୁଙ୍କୁ ମନାଇବାକୁ ଚେଷ୍ଟା କରନ୍ତୁ।
ବିଚ୍ଛା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ବ୍ୟାପାରରେ ସଫଳତା ମିଳିବ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ମନ ଖୁସି ରହିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।
ମକର: ଜରୁରୀ କାମ ଠିକ୍ ସମୟରେ କରନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ସମ୍ପର୍କକୁ ନେଇ ସତର୍କ ରୁହନ୍ତୁ।
କୁମ୍ଭ: ପୁରୁଣା ଇଚ୍ଛା ପୂରଣ ହେବାର ଯୋଗ ରହିଛି। ଆପଣଙ୍କ ଗୁପ୍ତ ଖବର କାହାକୁ କୁହନ୍ତୁ ନାହିଁ। ବ୍ୟବସାୟରେ ପରିବର୍ତ୍ତନ କରନ୍ତୁ ନାହିଁ।
ମୀନ: ମାନସିକ ଅଶାନ୍ତିରେ ଦିନଟି କଟିବ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ।