୧୭ ଜୁଲାଇ, ବୁଧବାର; ଧଳା ଚାଉଳ ଦାନ କରନ୍ତୁ

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଅନୁଭବ କରିପାରନ୍ତି। କୌଣସି କାର୍ଯ୍ୟକରିବାକୁ ଇଚ୍ଛା ହେବ ନାହିଁ। ପେଟରେ ଯନ୍ତ୍ରଣା ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଭିକାରୀଙ୍କୁ ଧଳା ଚାଉଳ ଦାନ କରନ୍ତୁ। କର୍କଟ: ଘରେ ହସଖୁସିର ବାତାବରଣ ରହିବ। ଶରୀର ସୁସ୍ଥ ରହିବ। […]

astro-ok-new

Tapaswini Nayak
  • Published: Wednesday, 17 July 2019
  • , Updated: 17 July 2019, 07:27 AM IST

ମେଷ: ମନରେ ଦ୍ୱନ୍ଦ୍ୱ ରହିବ। ଅଳସୁଆ ଅନୁଭବ କରିପାରନ୍ତି। କୌଣସି କାର୍ଯ୍ୟକରିବାକୁ ଇଚ୍ଛା ହେବ ନାହିଁ। ପେଟରେ ଯନ୍ତ୍ରଣା ହୋଇପାରେ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ମିଥୁନ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଭିକାରୀଙ୍କୁ ଧଳା ଚାଉଳ ଦାନ କରନ୍ତୁ।

କର୍କଟ: ଘରେ ହସଖୁସିର ବାତାବରଣ ରହିବ। ଶରୀର ସୁସ୍ଥ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିପାରେ।

ସିଂହ: ଆୟଠାରୁ ବ୍ୟୟ ଅଧିକ ହେବ। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଗଣେଶଙ୍କୁ ପୂଜା କରନ୍ତୁ।

କନ୍ୟା: ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି ଦିନରେ କୌଣସି କାର୍ଯ୍ୟ କଲେ ଶୁଭଫଳ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ବିଚ୍ଛା: ଦିନଟି ଭଲରେ କଟିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ଧନୁ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଆୟଠାରୁ ବ୍ୟୟ ଅଧିକ ହେବ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

ମକର: ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ। ଭାଗ୍ୟବୃଦ୍ଧି ହେବ।

କୁମ୍ଭ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଲିମକଦ୍ଦମାରେ ବିଜୟୀ ହେବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପଦୋନ୍ନତିର ଯୋଗ ରହିଛି। କୌଣସି ଖୁସି ଖବର ଶୁଣିପାରନ୍ତି।

Related story