ମାର୍ଚ୍ଚ ୨୮,ଗୁରୁବାର: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି

ମେଷ: ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନୂଆ ବନ୍ଧୁ ମିଳିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଆଶାମୁତାବକ ଲାଭ ମିଳି ନ ପାରେ। ବୃଷ: ମନ ଭଲ ରହିବ ନାହିଁ। ବାଦ-ବିବାଦରେ ପଡ଼ିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବିଫଳ ହୋଇପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ମିଥୁନ: ଦିନଟି ଭଲରେ କଟିପାରେ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆୟ ଅନୁସାରେ ବ୍ୟୟ ବଢ଼ିବ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। କର୍କଟ: ଅପରାହ୍ଣଠାରୁ […]

rasifala-4-1-1-1

Tapaswini Nayak
  • Published: Thursday, 28 March 2019
  • , Updated: 28 March 2019, 07:31 AM IST

ମେଷ: ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନୂଆ ବନ୍ଧୁ ମିଳିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଆଶାମୁତାବକ ଲାଭ ମିଳି ନ ପାରେ।

ବୃଷ: ମନ ଭଲ ରହିବ ନାହିଁ। ବାଦ-ବିବାଦରେ ପଡ଼ିପାରନ୍ତି। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବିଫଳ ହୋଇପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମିଥୁନ: ଦିନଟି ଭଲରେ କଟିପାରେ। ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆୟ ଅନୁସାରେ ବ୍ୟୟ ବଢ଼ିବ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

କର୍କଟ: ଅପରାହ୍ଣଠାରୁ ଦିନଟି ଭଲରେ କଟିବ। କୌଣସି ଶୁଭ ଖବର ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାକୁ ପ୍ରୟାସ କରନ୍ତୁ।

କନ୍ୟା: ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାହା ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ତୁଳା: ଦିନଟି ଖୁସିରେ କଟିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଆଜି ପୁଞ୍ଜିନିବେଶ କଲେ ଲାଭ ମିଳିବ।

ବିଚ୍ଛା:କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

ଧନୁ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଆତ୍ମବିଶ୍ୱାସ ବଢ଼ିବ।

ମକର: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି। ଆଖିରେ ଯନ୍ତ୍ରଣା ଅନୁଭବ କରିବେ।

କୁମ୍ଭ: ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ।

Related story