ଜୁଲାଇ ୨୭, ସୋମବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: କିଛି ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ବୃଷ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପରିବାରରେ ଭୁଲ ବୁଝାମଣା ମନକୁ ଭାରାକ୍ରାନ୍ତ କରିବ। ଶତ୍ରୁମାନେ ପରାଜିତ ହେବେ। ମିଥୁନ: ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭ ସମାଚାର ଶୁଣି ପାରନ୍ତି। କର୍କଟ: ଯାନବାହନରେ ଯାତ୍ରା କଲାବେଳେ ସତର୍କ ରୁହନ୍ତୁ। ଅଜଣା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। […]

ମଜଜଜ

Tapaswini Nayak
  • Published: Monday, 27 July 2020
  • , Updated: 27 July 2020, 08:04 AM IST

ମେଷ: କିଛି ଭୁଲ ବୁଝାମଣାର ଶିକାର ହୋଇପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

ବୃଷ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପରିବାରରେ ଭୁଲ ବୁଝାମଣା ମନକୁ ଭାରାକ୍ରାନ୍ତ କରିବ। ଶତ୍ରୁମାନେ ପରାଜିତ ହେବେ।

ମିଥୁନ: ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭ ସମାଚାର ଶୁଣି ପାରନ୍ତି।

କର୍କଟ: ଯାନବାହନରେ ଯାତ୍ରା କଲାବେଳେ ସତର୍କ ରୁହନ୍ତୁ। ଅଜଣା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ବନ୍ଧୁ ବିଚ୍ଛେଦ ଯୋଗୁ ମନରେ ଦୁଃଖ ସୃଷ୍ଟି ହେବ।

ସିଂହ: ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୁର୍ଘଟଣା ଘଟିପାରେ,ସତର୍କ ରୁହନ୍ତୁ।

ତୁଳା: ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ମଧ୍ୟାହ୍ନ ପରେ ଶରୀର ଫୂର୍ତ୍ତି ରହିବ।

ବିଛା: ମାନ-ସମ୍ମାନ ମିଳିବ। ଚାକିରି କ୍ଷେତ୍ରରେ ପ୍ରଂଶସିତ ହେବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ।

ମକର: କର୍ମକ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବେ। ପରିଶ୍ରମର ଉପଯୁକ୍ତ ଫଳ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

କୁମ୍ଭ: ଆତ୍ମବିଶ୍ୱାସ ବଢ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ବନ୍ଧୁମାନଙ୍କର ବ୍ୟବହାର ମନରେ ଯନ୍ତ୍ରଣା ସୃଷ୍ଟି କରିବ। ମନ କଥା କାହାକୁ କହିପାରିବେ ନାହିଁ। ଦ୍ୱନ୍ଦ୍ୱ ଭିତରେ ରହିବେ।

Related story