୨୭ ମେ’, ବୁଧବାର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ବ୍ୟବସାୟ କ୍ଷେତ୍ରରେ ପୁରୁଣା ପ୍ରାପ୍ୟ ଆଦାୟ ହୋଇପାରେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଧନ ଆଦାନ ପ୍ରଦାନରେ ଲାଭବାନ ହେବେ।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀମାନେ ପ୍ରସନ୍ନ ରହିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ନିଜର ଯୋଜନା ମୁତାବକ କାମ କରିବେ। ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ କରିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କର୍କଟ: ସମସ୍ତ ସମସ୍ୟାର ସାମାଧାନ ହୋଇଯିବ। ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ମାନସିକ ଦୁଶ୍ଚିନ୍ତା ଦୂରେଇଯିବ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଅଧିକ ପରିଶ୍ରମ କରିବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଉପହାର ମିଳିପାରେ। ମିତ୍ରଙ୍କର ସହଯୋଗ ପାଇ ଖୁସି ହେବେ।

ତୁଳା: କର୍ମକ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖମୟ ହେବ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନଙ୍କର ମାନସିକ ବିକାଶ ଘଟିବ। ସାମାଜିକ ସ୍ତରରେ ମାନ-ସମ୍ମାନ ବଢ଼ିବ।

ଧନୁ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସହକର୍ମୀମାନଙ୍କ ଠାରୁ ସହଯୋଗ ପାଇବେ। ଅଳସୁଆ ଅନୁଭବ କରିପାରନ୍ତି।

ମକର: ଶୁଭ ଖବର ପାଇ ଖୁସି ହେବେ। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ବାଦ-ବିବାଦ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ।

କୁମ୍ଭ: ଦାମ୍ପତ୍ୟ ଜୀବନ ଭଲରେ କଟିବ। ଲାଗିରହିଥିବା ସମସ୍ୟା ସମାଧାନ ହୋଇଯିବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିପାରନ୍ତି।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।