୨୮ମେ’, ଗୁରୁବାର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ

ମେଷ: କାରବାର ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ସଂପାଦନ ହେବ। ସମାଜସେବା କାର୍ଯ୍ୟରେ ପ୍ରଶଂସା ପାଇବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ବୃଷ: ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସଂପର୍କ ସ୍ଥାପନ ହେବ। ଆର୍ଥିକ ସହାୟତା ମିଳିପାରେ। ସ୍ଥଗିତ ଥିବା କାମ ସହଜରେ ସଂପୂର୍ଣ୍ଣ ହୋଇଯିବ।

ମିଥୁନ: ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ।

କର୍କଟ: ପରିଶ୍ରମର ଫଳ ମିଳିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢେଇଦେବ। ଲୋକ ସମର୍ଥନକୁ ଆଧାର କରି ବଳୀଆନ ହେବେ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ମାନ-ସମ୍ମାନ ବୃଦ୍ଧି ହେବ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା: ଶତ୍ରୁମାନେ ପରାଜିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ।ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।

ତୁଳା:  ଦାମ୍ପତ୍ୟ ଜୀବନ ଖୁସିର କଟିବ। ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଲାଭ ପାଇବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ତଳ ମହଲରୁ ଆଶାତୀତ ଲାଭ ପାଇବେ।ପରିବାରରେ ଆର୍ଥିକ ସମସ୍ୟା ସାମାଧାନ ହୋଇଯିବ।

ଧନୁ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର: ଶୁଭ ସମାଚାର ପାଇ ଖୁସି ହେବେ। ଲୋକଙ୍କ ସହିତ ମିଶି କାମ କରିବେ। ଉଚ୍ଚଶିକ୍ଷା କ୍ଷେତ୍ରକୁ ଆଗେଇବା ପାଇଁ କଠିନ ପରିଶ୍ରମ କରିବେ।

କୁମ୍ଭ: ଆର୍ଥିକ ସଙ୍କଟ ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ଅଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ। ମିତ୍ରଙ୍କ ସାହାଯ୍ୟ ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ନିଜ ଆଚାର ବ୍ୟବହାରର ପରିବର୍ତ୍ତନ କରି ପ୍ରଶଂସା ପାଇବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।