ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): କୌଣସି ଜରୁରୀ କାମରେ ବାହାରିବା ପୂର୍ବରୁ ଘରେ ବୟସ୍କମାନେ ଠାକୁରଙ୍କୁ ମୁଣ୍ଡିଆ ମାରି ଯିବାକୁ କହିଥା'ନ୍ତି। ସେହିଭଳି ଯାତ୍ରା ଓ ଏସମ୍ପର୍କିତ କାର୍ଯ୍ୟରେ ଶୁଭ ଫଳ ପାଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ଅନୁସାରେ ନାନା ଉପାୟ ଆପଣାଇଥା'ନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ବା ଶୁଭ ଫଳ ପାଇଁ ଘରୁ ବାହାରିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖାଇବା ଆବଶ୍ୟକ।
ଆସନ୍ତୁ ଜାଣିବା, କେଉଁ କାମ ପାଇଁ ଘରୁ ବାହାରିବା ପୂର୍ବରୁ କ'ଣ ଖାଇଲେ, ଶୁଭ ଫଳ ମିଳିବା ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି।
୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଉଛନ୍ତି, ତେବେ ଦହି ଖାଇ ଘରୁ ବାହାରନ୍ତୁ। ଏହାଦ୍ୱାରା ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ।
୩. ଆପଣ ଯଦି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତେବେ ମିଶ୍ରି ଖାଇ ଘରୁ ବାହାରନ୍ତୁ। ଏହାଦ୍ୱାରା ଆପଣଙ୍କ ଇଣ୍ଟରଭ୍ୟୁ ଭଲ ହେବା ସହ ଶୁଭଫଳ ପ୍ରାପ୍ତି ହେବ।
୫. ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସାରିବା ଲକ୍ଷ୍ୟରେ ଯଦି ଆପଣ ଯାଉଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ମିଶ୍ରି ଓ ପାନମଧୁରୀ ଖାଇ ଯାଆନ୍ତୁ। ଏହା ଆପଣଙ୍କ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ଅବଶ୍ୟ ସହାୟକ ହେବ।