ସେପ୍ଟେମ୍ବର ୨୦, ଶୁକ୍ରବାର: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ

ମେଷ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ। ଶୁଭ ସମାଚାର ମିଳିପାରେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବୃଷ: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଦୂରସ୍ଥାନକୁ […]

rasifala-1..

Niharika Rout
  • Published: Friday, 20 September 2019
  • , Updated: 20 September 2019, 07:30 AM IST

ମେଷ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଚାକିରି କ୍ଷେତ୍ରରେ ପ୍ରଶଂସିତ ହେବେ। ଶୁଭ ସମାଚାର ମିଳିପାରେ। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ବୃଷ: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ନାହିଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

କର୍କଟ:  ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରକୁ ଅତିଥି ଆସିପାରନ୍ତି। ତେବେ ମନରୁ ନକାରାତ୍ମକ ଚିନ୍ତାକୁ ଦୂରେଇ ଦିଅନ୍ତୁ। ନହେଲେ ଏହା ଆପଣଙ୍କର ହିଁ ହାନି କରିପାରେ।

ସିଂହ: ଅଫିସ୍‌ରେ କୌଣସି ନୂଆ କାମର ଦାୟିତ୍ୱ ନେଇପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

କନ୍ୟା: ଦିନଟି ଭଲରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଆଶାମୁତାବକ ଲାଭ ହେବ। ଘର ଲୋକଙ୍କ ସହିତ ଖୁସିରେ ଦିନଟି କାଟିବେ।

ବିଛା: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଅସୁସ୍ଥ ଅନୁଭବ କରିବେ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ। କାହାକୁ ବାଧିଲା ଭଳି କିଛି କୁହନ୍ତୁ ନାହିଁ।

ଧନୁ: ଦେହ ଭଲ ନ ରହିପାରେ। ଥଣ୍ଡା ଓ କାଶରେ ପଡ଼ିପାରନ୍ତି। ଦେଖିଚାହିଁ ଚଳନ୍ତୁ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଗାମୀ ଦିନ ପାଇଁ ନୂଆ ଯୋଜନା କରିବେ।

ମକର: ପେଟରେ ସମସ୍ୟା ଦେଖାଦେଇପାରେ। ଆୟଠୁ ବ୍ୟୟ ବଳି ଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ, ଆଜି ତା’ର ସମାଧାନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ ଅତିଥି ଆସିପାରନ୍ତି।

Related story