୨୨ ଏପ୍ରିଲ୍, ବୁଧବାର: ପରିବାରରେ ଶାନ୍ତି ବିରାଜମାନ ହେବ

ମେଷ: ଶୁଭଚିନ୍ତକମାନେ ସାହାଯ୍ୟ କରିବେ। ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବଢ଼ିବ। ପାଖ ପଡୋଶୀଙ୍କ ସହିତ ସଂପର୍କ ଭଲ ରହିବ। ବୃଷ: ନକାରାତ୍ମକ ପ୍ରବୃତ୍ତିକୁ ଛାଡ଼ିବା ପାଇଁ ପ୍ରୟାସ କରିବେ। ନିଜର କ୍ଷମତାକୁ ଭଲ କାର୍ଯ୍ୟରେ ଲଗାଇବେ। ମିତ୍ରଙ୍କ ଇଚ୍ଛାକୁ ପୂରଣ କରିବାକୁ ପ୍ରୟାସ କରିବେ। ମିଥୁନ: ସରକାରୀ କାର୍ଯ୍ୟରେ ବିଜୟୀ ହେବେ। ସମସ୍ତ ଯୋଜନା କ୍ରିୟାନ୍ୱିତ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବ। କର୍କଟ: ସରକାରୀ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ। ଗୁରୁଜନ […]

rasifala12333

Tapaswini Nayak
  • Published: Wednesday, 22 April 2020
  • , Updated: 06 May 2020, 07:54 AM IST

ମେଷ: ଶୁଭଚିନ୍ତକମାନେ ସାହାଯ୍ୟ କରିବେ। ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବଢ଼ିବ। ପାଖ ପଡୋଶୀଙ୍କ ସହିତ ସଂପର୍କ ଭଲ ରହିବ।
ବୃଷ: ନକାରାତ୍ମକ ପ୍ରବୃତ୍ତିକୁ ଛାଡ଼ିବା ପାଇଁ ପ୍ରୟାସ କରିବେ। ନିଜର କ୍ଷମତାକୁ ଭଲ କାର୍ଯ୍ୟରେ ଲଗାଇବେ। ମିତ୍ରଙ୍କ ଇଚ୍ଛାକୁ ପୂରଣ କରିବାକୁ ପ୍ରୟାସ କରିବେ।

ମିଥୁନ: ସରକାରୀ କାର୍ଯ୍ୟରେ ବିଜୟୀ ହେବେ। ସମସ୍ତ ଯୋଜନା କ୍ରିୟାନ୍ୱିତ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବ।

କର୍କଟ: ସରକାରୀ କ୍ଷେତ୍ରରେ ଶୁଭ ସମାଚାର ପ୍ରାପ୍ତ ହେବ। ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ। ଭାଇ ବନ୍ଧୁଙ୍କ ଠାରୁ ଲାଭ ମିଳିବ।

ସିଂହ: ଶତ୍ରୁମାନେ ପରାଜିତ ହେବେ। ପରିବାରରେ ଶାନ୍ତି ବିରାଜମାନ ହେବ। କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ।

କନ୍ୟା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ। ଭାଇ ଭଉଣୀମାନଙ୍କ ସହିତ ସଂପର୍କ ରହିବ।

ତୁଳା: ଶାରୀରିକ କଷ୍ଟ ଦୂର ହେବ। ଆର୍ଥିକ ସ୍ଥିତି ସୁଧାର ଆସିବ।ସମସ୍ତ କ୍ଷେତ୍ରରେ ସଫଳତା ମିଳିବ।

ବିଛା: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ। ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ।

ଧନ: ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

ମକର: ଲୋକେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ସରକାରୀ କ୍ଷେତ୍ରରେ ସଫଳତା ମଳିବ।
ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେବ।

କୁମ୍ଭ: କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ଖୁସି ହେବ। ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବା ଯୋଗେ ‌ଆନନ୍ଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ରୋଜଗାର ସମସ୍ୟା ସୁଧୁରିଯିବ।

Related story