ଲାଲ୍‌ ରଙ୍ଗ ବ୍ୟବହାର କରିବା ବେଳେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ରଙ୍ଗ ମୁଖ୍ୟତଃ ସାତ ପ୍ରକାରର। ତେବେ ଏ ସବୁ ମଧ୍ୟରୁ ଲାଲ୍‌କୁ ସବୁଠାରୁ ଶକ୍ତଶାଳୀ ରଙ୍ଗ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଲାଲ୍‌ ରଙ୍ଗର ସମ୍ୱନ୍ଧ ମଙ୍ଗଳ ଗ୍ରହ ସହିତ ଥିବା ଉଲ୍ଲେଖ କରାଯାଇଛି। କୁହାଯାଏ, ଲାଲ୍‌ ରଙ୍ଗ ସବୁଠାରୁ ଶୀଘ୍ର ବ୍ୟାପି ଯାଇଥାଏ ଏବଂ ଏହାର ପ୍ରଭାବ ମଧ୍ୟ ବ୍ୟାପକ ହୋଇଥାଏ। ଲାଲ୍‌ ରଙ୍ଗକୁ ଗରମ ସାଧାରଣତଃ ସ୍ୱଭାବର ବୋଲି କୁହାଯାଏ। ଆହୁରି ମଧ୍ୟ କୁହାଯାଏ କି ଲାଲ୍‌ ରଙ୍ଗରୁ ବ୍ୟକ୍ତିଙ୍କୁ […]

red45

Puspanjali Panda
  • Published: Tuesday, 15 January 2019
  • , Updated: 15 January 2019, 06:54 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ରଙ୍ଗ ମୁଖ୍ୟତଃ ସାତ ପ୍ରକାରର। ତେବେ ଏ ସବୁ ମଧ୍ୟରୁ ଲାଲ୍‌କୁ ସବୁଠାରୁ ଶକ୍ତଶାଳୀ ରଙ୍ଗ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଲାଲ୍‌ ରଙ୍ଗର ସମ୍ୱନ୍ଧ ମଙ୍ଗଳ ଗ୍ରହ ସହିତ ଥିବା ଉଲ୍ଲେଖ କରାଯାଇଛି।
କୁହାଯାଏ, ଲାଲ୍‌ ରଙ୍ଗ ସବୁଠାରୁ ଶୀଘ୍ର ବ୍ୟାପି ଯାଇଥାଏ ଏବଂ ଏହାର ପ୍ରଭାବ ମଧ୍ୟ ବ୍ୟାପକ ହୋଇଥାଏ। ଲାଲ୍‌ ରଙ୍ଗକୁ ଗରମ ସାଧାରଣତଃ ସ୍ୱଭାବର ବୋଲି କୁହାଯାଏ। ଆହୁରି ମଧ୍ୟ କୁହାଯାଏ କି ଲାଲ୍‌ ରଙ୍ଗରୁ ବ୍ୟକ୍ତିଙ୍କୁ ଭିତରୁ ସାହସ ଓ ଶକ୍ତି ମିଳିଥାଏ।

ତେବେ ଆସନ୍ତୁ ଜାଣିବା, ଲାଲ୍‌ ରଙ୍ଗର ସାମଗ୍ରୀ ବ୍ୟବହାର କରିବା ସମୟରେ କେଉଁ ୫ଟି ବିଷୟ ଉପରେ ଧ୍ୟାନ ଦେବା ଉଚିତ୍‌।

୧. କୁହାଯାଏ, ଯେଉଁ ବ୍ୟକ୍ତି ଜୀବନରେ ନିଜ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ସେ ନିଜ ରୁମ୍‌ରେ ଲାଲ୍‌ ରଙ୍ଗ ବ୍ୟବହାର କରିବା ଉଚିତ୍‌।

୨. ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ବାଥ୍‌ ରୁମ୍‌ ଓ ଏହାର ଡ୍ରେନ୍‌ରୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ବାଥ୍‌ ରୁମ୍‌ରେ ଲାଲ୍‌ ରଙ୍ଗର ତଉଲିଆ ବ୍ୟବହାର କରନ୍ତୁ।

୩. ଲାଲ୍‌ ରଙ୍ଗର ମହମବତୀ ବ୍ୟବହାର କରିବା ମଧ୍ୟ ଶୁଭ ବୋଲି କୁହାଯାଇଥାଏ। କୁହାଯାଏ, ଏହାଦ୍ୱାରା ଆଖପାଖର ବାତାବରଣ ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିଥାଏ।

୪. ହୃଦ୍‌ ରୋଗୀଙ୍କ ପାଇଁ ଲାଲ୍‌ ରଙ୍ଗ ଅଶୁଭ। ବାସ୍ତୁ ଶାସ୍ତ୍ର  ଅନୁସାରେ ହୃଦ୍‌ ରୋଗୀ ଲାଲ୍ ରଙ୍ଗଠାରୁ ଦୂରେଇ ରୁହନ୍ତୁ।

୫. ଲାଲ୍‌ ରଙ୍ଗର ଅଶୁଭ ପ୍ରଭାବ କାରଣରୁ ପାଚନ ତନ୍ତ୍ର ଖରାପ ହୋଇଥାଏ। ଏହାଦ୍ୱାରା ଆସିଡିଟିର ସମସ୍ୟା ମଧ୍ୟ ହୋଇଥାଏ। ଏଥିପାଇଁ ଲାଲ୍‌ ରଙ୍ଗର ବ୍ୟବହାର ସାବଧାନ ପୂର୍ବକ କରନ୍ତୁ।

Related story