ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ବର୍ଷର ସବୁ ମାସରେ କିଛି ନା କିଛି ପୂଜା ରହିଥାଏ। ଦଶହରା, ଦୀପାବଳି, ଲକ୍ଷ୍ମୀ ପୂଜା, ଗଣେଷ ପୂଜା ହେଉ କିମ୍ୱା ସରସ୍ୱତୀଙ୍କ ପୂଜା। ଏହି ସମସ୍ତ ପୂଜାରେ ଆମେ ଭଗବାନଙ୍କ ପାଖରେ ବ୍ରତ ଅର୍ପଣ କରିଥାଉ। ଏହି ବ୍ରତ ପୂଜା ହେବା ପରେ ଆମେ ହାତରେ ଧାରଣ କରିଥାଉ। ଏହାକୁ ଧାରଣ କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
କେବଳ ଏତିକି ନୁହେଁ, ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ମଧ୍ୟ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିସାରିଲାଣି।
ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ। ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ ରହିଛି।
ଶାସ୍ତ୍ର ଅନୁସାରେ ମେଷ, ବୃଷ, ମିଥୁନ, କର୍କଟ ଏବଂ ସିଂହ ରାଶିର ବ୍ୟକ୍ତି ନାଲି ବ୍ରତ ପିନ୍ଧିବା ଦ୍ୱାରା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି। ଏହା ସହିତ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦୁର୍ଦ୍ଦଶା ତଥା ଅସୁବିଧା ଆସି ନ ଥାଏ। ଏହିସବୁ ରାଶିର ବ୍ୟକ୍ତି ନିୟମିତ ନାଲି ରଙ୍ଗର ବ୍ରତ ପିନ୍ଧିବା ଦ୍ୱାରା ଶୀଘ୍ର ଚାକିରି ହେବା ସହ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ।
ଜାଣିରଖନ୍ତୁ,ଏହି ସୂତ୍ରକୁ ଅବିବାହିତା ମହିଳା ଏବଂ ପୁରୁଷ ଡ଼ାହାଣ ହାତରେ ବାନ୍ଧିଥିବା ବେଳେ ବିବାହିତ ବ୍ୟକ୍ତି ବାମ ହାତରେ ବାନ୍ଧିବା ନିୟମ ଅଟେ । ଏହି ସୂତ୍ରକୁ ବାନ୍ଧିବା ସମୟରେ ସର୍ବଦା ହାତକୁ ମୁଠି କରି ବନ୍ଦ ରଖନ୍ତୁ।