ପିଲାଙ୍କ ପାଠ ପଢ଼ା ଠିକ୍‌ ହେଉନାହିଁ, କାରଣ ଆପଣଙ୍କ ଘରର ବାସ୍ତୁଦୋଷ ନୁହେଁ ତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଦେଖିବାକୁ ମିଳେ ପିଲା ଯେତେ ମନ ଦେଇ ପଢ଼ିଲେ କି ଯେତେ କଠିନ ପରିଶ୍ରମ କଲେ ବି ତା’ର ପାଠ ପଢ଼ା ଭଲ ହୁଏ ନାହିଁ।  କ୍ୟାରିୟର ଗଢ଼ିବାରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣ ଜାଣିଛନ୍ତି ଏମିତି କାହିଁକି ହୁଏ? ‌ଏହାର କାରଣ ହୋଇପାରେ ଆପଣଙ୍କ ଘରର କିଛି ବାସ୍ତୁ ଦୋଷ। ଆଜି ଆମେ ଏପରି କିଛି ଜିନିଷ ବିଷୟରେ କହିବୁ, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ […]

study

Chinmayee Roy
  • Published: Thursday, 28 March 2019
  • , Updated: 28 March 2019, 07:46 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଦେଖିବାକୁ ମିଳେ ପିଲା ଯେତେ ମନ ଦେଇ ପଢ଼ିଲେ କି ଯେତେ କଠିନ ପରିଶ୍ରମ କଲେ ବି ତା’ର ପାଠ ପଢ଼ା ଭଲ ହୁଏ ନାହିଁ।  କ୍ୟାରିୟର ଗଢ଼ିବାରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣ ଜାଣିଛନ୍ତି ଏମିତି କାହିଁକି ହୁଏ? ‌ଏହାର କାରଣ ହୋଇପାରେ ଆପଣଙ୍କ ଘରର କିଛି ବାସ୍ତୁ ଦୋଷ।

ଆଜି ଆମେ ଏପରି କିଛି ଜିନିଷ ବିଷୟରେ କହିବୁ, ବାସ୍ତୁଶାସ୍ତ୍ର ଅନୁଯାୟୀ ଯାହାକୁ ଘରେ ରଖିଲେ ଆପଣ କିମ୍ବା ଆପଣଙ୍କ ପିଲାଙ୍କର ପାଠପଢ଼ାରେ କିଛି ସମସ୍ୟା ରହିବନି ଓ ପିଲାର କ୍ୟାରିୟର ଉଜ୍ଜ୍ଵଳ ହୋଇଯିବ। ଏହି ଜିନିଷଗୁଡ଼ିକୁ ପିଲାଙ୍କ ପଢ଼ା ଘରେ ରଖିଲେ ତାଙ୍କ ମନକୁ ଶାନ୍ତି ମିଳିବା ସହିତ ପାଠପଢ଼ାରେ ସବୁବେଳେ ମନ ଲାଗିରହିବ।

୧) ସରସ୍ୱତୀ ମୂର୍ତ୍ତୀ: ପ୍ରାୟ ସମସ୍ତେ ଜାଣନ୍ତି ୟେ ଦେବୀ ସରସ୍ୱତୀ ହେଉଛନ୍ତି ବିଦ୍ୟାର ଦେବୀ। ତେଣୁ ପିଲାଙ୍କ ପଢ଼ା ଘରେ ସରସ୍ୱତୀଙ୍କ ମୂର୍ତ୍ତୀ ରଖିଲେ ପିଲାଙ୍କୁ ମା’ଙ୍କର ଆର୍ଶିବାଦ ମିଳିଥାଏ। ଫଳରେ ପିଲାର ପାଠ ଭଲ ହୋଇଥାଏ।

୨) ବୀଣା: ଘରେ ସରସ୍ୱତୀଙ୍କ ମୂର୍ତ୍ତୀ ନିକଟରେ ଯଦି ଆପଣ ବୀଣା ରଖୁଛନ୍ତି ତା’ହେଲେ ସୁଖ ଶାନ୍ତି ଲାଭ କରିବା ସହ ଆପଣଙ୍କ ଘରେ ପାଠ ପଢ଼ୁଥିବା ପିଲାଙ୍କ କ୍ୟାରିୟର ପାଇଁ  ଏହା ବହୁତ ଭଲ ହେବ।

୩) ହଂସ: ହଂସର ଫଟୋ କିମ୍ବା ମୂର୍ତ୍ତି ଘରର ଦ୍ଵାର ମୁହଁରେ ରଖିଲେ ଭଲ। କାରଣ ହଂସ ସରସ୍ଵତୀଙ୍କର ବାହନ ହୋଇଥିବାରୁ ବାସ୍ତୁ ଅନୁସାରେ ଏହା ଘର ପାଇଁ ଶୁଭ ଫଳ ଦେଇଥାଏ।

୪) ମୟୂର ପର:  ଘରେ ମୟୂର ପୁଚ୍ଛ ମଧ୍ୟ ରଖିଲେ ବହୁତ ଭଲ। କାରଣ ଏହା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦେଵନାହିଁ। ପିଲାଙ୍କ ମନ ଶାନ୍ତ ରହିବ। ଫଳରେ ପାଠ ପଢ଼ା ଭଲ ହେବ।

୫) ପଦ୍ମ ଫୁଲ: ପୂଜା ସମୟରେ ଅନ୍ୟ ଫୁଲ ବ୍ୟବହାର କରିବା ସହ ପଦ୍ମଫୁଲ ମଧ୍ୟ ବ୍ୟବହାର କରିବା ଭଲ। ଏହାଦ୍ଵାରା ଶୁଭଫଳ ମିଳିଥାଏ। ପିଲାମାନେ ମାନସିକ ଭାବେ ଶାନ୍ତି ଅନୁଭବ କରିବା ସହ ଭଲ ପାଠ ମଧ୍ୟ ପଢ଼ିବେ। ଏହା ଛାତ୍ରଛାତ୍ରୀଙ୍କ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥାଏ।

 

Related story