୯ ଅକ୍ଟୋବର, ବୁଧବାର: ଶୁଭ ସମାଚାର ଶୁଣିପାରନ୍ତି

ମେଷ: ଚିନ୍ତିତ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆୟଠାରୁ ବ୍ୟୟ ବଢ଼ିବ। କାହା ସହିତ ଅଯଥାରେ ଯୁକ୍ତି କରନ୍ତୁ ନାହିଁ। ବୃଷ: ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଘରଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ରାସ୍ତାରେ ଯା’ଆସ କଲା ବେଳେ ସତକର୍ତା ଅବଲମ୍ବନ କରନ୍ତୁ। କାର୍ଯ୍ୟସ୍ଥଳରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ବହୁ ଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ […]

astro1

Jitendra Garnayak
  • Published: Wednesday, 09 October 2019
  • , Updated: 09 October 2019, 09:35 AM IST

ମେଷ: ଚିନ୍ତିତ ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆୟଠାରୁ ବ୍ୟୟ ବଢ଼ିବ। କାହା ସହିତ ଅଯଥାରେ ଯୁକ୍ତି କରନ୍ତୁ ନାହିଁ।

ବୃଷ: ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବ। ଘରଲୋକଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ରାସ୍ତାରେ ଯା’ଆସ କଲା ବେଳେ ସତକର୍ତା ଅବଲମ୍ବନ କରନ୍ତୁ। କାର୍ଯ୍ୟସ୍ଥଳରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ବହୁ ଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଖର୍ଚ୍ଚ ବଢ଼ିପାରେ।

କନ୍ୟା: ଶୁଭ ସମାଚାର ଶୁଣିପାରନ୍ତି। କାର୍ଯ୍ୟସ୍ଥଳରେ ଆପଣଙ୍କର ପ୍ରଶଂସା ହୋଇପାରେ। ଜମି କିମ୍ବା ଘର ଆଦି କିଣିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି।

ତୁଳା: ଆଜି ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ତେବେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅପରାହ୍ନ ପରେ ଅସୁସ୍ଥ ଅନୁଭବ କରିପାରନ୍ତି। କୌଣସି ଗରିବ ବ୍ୟକ୍ତିଙ୍କୁ ଫଳ ଦାନ କରନ୍ତୁ।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ: ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହୋଇପାରନ୍ତି। ଘରକୁ ଅତିଥି ଆସିପାରନ୍ତି। ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ।

ମକର: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ସବୁ କାର୍ଯ୍ୟରେ ସଫଳତା ମିଳିବ। ତେବେ ବ୍ୟସ୍ତତା ଭିତରେ ଦିନଟି କଟିବ। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

ମୀନ: ଦିନଟି ମୋଟାମୋଟି ଭାବେ ଭଲରେ କଟିବ। ବିଦେଶରେ କେହି ବନ୍ଧୁବାନ୍ଧବ ରହୁଥିଲେ ଶୁଭ ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

 

Related story