୨ଡିସେମ୍ବର, ବୁଧବାର: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ପାଇବେ

ମେଷ: ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ ପାଇବେ। ମା ପାର୍ବତୀଙ୍କୁ ଦର୍ଶନ କରନ୍ତୁ ଓ ସାତଟି ଲାଲ ମନ୍ଦାର ଫୁଲ ଚଢାନ୍ତୁ। ବୃଷ:ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ବହୁଦିନର ଆଶା ଅଭିଳାଷା ପୂରଣ ହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ରକ୍ଷା କରନ୍ତୁ, ନଚେତ୍ ଆକସ୍ମିକ ଦୁର୍ଘଟଣା ଘଟିପାରେ। ମିଥୁନ: କୌଣସି ସାଂସ୍କୃତିକ କାଯର୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ବ୍ୟବସାୟ […]

RASI

Tapaswini Nayak
  • Published: Wednesday, 02 December 2020
  • , Updated: 02 December 2020, 08:07 AM IST

ମେଷ: ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ ପାଇବେ। ମା ପାର୍ବତୀଙ୍କୁ ଦର୍ଶନ କରନ୍ତୁ ଓ ସାତଟି ଲାଲ ମନ୍ଦାର ଫୁଲ ଚଢାନ୍ତୁ।
ବୃଷ:ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ବହୁଦିନର ଆଶା ଅଭିଳାଷା ପୂରଣ ହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ରକ୍ଷା କରନ୍ତୁ, ନଚେତ୍ ଆକସ୍ମିକ ଦୁର୍ଘଟଣା ଘଟିପାରେ।

ମିଥୁନ: କୌଣସି ସାଂସ୍କୃତିକ କାଯର୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

କର୍କଟ: ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାଯର୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରା ଶୁଭପ୍ରଦ ହେବ।

ସିଂହ: ପାରିବାରିକ ଦ୍ୱନ୍ଦ, ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖା ଦେବ। ଗୁପ୍ତ ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ଅମନଯୋଗୀ ହେବେ।

କନ୍ୟା: ପ୍ରତ୍ୟେକଟି କାର୍ଯ୍ୟରେ, ପ୍ରତ୍ୟେକଟି ଦିଗରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ହସଖୁସିରେ ଦିନ କଟାଇବେ। ମହାଦେବଙ୍କୁ ଦର୍ଶନ କରନ୍ତୁ।

ତୁଳା: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଆପଣଙ୍କ ପ୍ରଗତିକୁ ପ୍ରତିରୋଧ କରିବାକୁ ଶତ୍ରୁମାନେ ଚେଷ୍ଟା କରିବେ। ଅପରାହ୍ନରେ ସମସ୍ତଙ୍କୁ ଦୁର୍ବଳ କରି ସଫଳତା ଦିଗକୁ ଗତି କରିବେ।

ବିଛା: କଳ୍ପନା ବିଳାସୀ ହେବେ। ସନ୍ତାନମାନଙ୍କୁ ନେଇ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଲୋକପ୍ରିୟତା ବୃଦ୍ଧି ପାଇବା ସହ ଆର୍ଥିକ ପ୍ରଗତୀ ହେବ।

ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ବିଦ୍ୟା ଗ୍ରହଣ ସହ ବନ୍ଧୁ ଗହଣରେ ସମୟ କଟିବ। ପାରିବାରିକ ଅଶାନ୍ତି ଓ କଳହ ଦେଖାଦେଇପାରେ,  ଯାହା ଆପଣଙ୍କ ଶାନ୍ତିକୁ ବ୍ୟାହାତ କରିବ।

ମକର: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ସାମାଜିକ ପରାକ୍ରମ ବୃଦ୍ଧି ପାଇବ।ପଡୋଶୀଙ୍କ ଘରେ ଚର୍ଚ୍ଚା ହେବାର ସୁଯୋଗ ରହିଛି ,ଯାହା ଆନନ୍ଦ ପ୍ରଦାନ କରିବ।

କୁମ୍ଭ:ପାରିବାରିକ ସୁ୍ଖ ସହ ଉତ୍ତମ ଖାଦ୍ୟପେୟର ସୁଯୋଗ ରହିଅଛି। ଘରକୁ ଅର୍ଥର ଆଗମନ ହେବ ଏବଂ କିଛି ସଞ୍ଚୟ କରିବେ। ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବେ।

ମୀନ:ବସ୍ତ୍ର, ଆଭୂଷଣରେ ସଜ୍ଜିତ ହୋଇ ଆମୋଦ ପ୍ରମୋଦଯୁକ୍ତ ହେବେ। ମାନ, ସମ୍ମାନ ଓ ଅର୍ଥ ପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ଲୋକପ୍ରିୟତା ବୃଦ୍ଧି ପାଇବ।

Related story