ଜୁନ୍ ୨, ମଙ୍ଗଳବାର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ

ମେଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ ଓ ସମସ୍ତ କାର୍ଯ୍ୟରେ ଜୟଯୁକ୍ତ ହେବେ। ରାଜନେତାମାନେ ବହୁ ସମ୍ମାନର ଅଧିକାରୀ ହେବେ। ଛାତ୍ରଛାତ୍ରୀମାନେ ନିଜ ନିଜ ଲକ୍ଷ୍ୟ ହାସଲ କରିବେ। ବୃଷ:  ପରିବାରରେ ଅଶାନ୍ତି ଦୂର ହେବେ ଓ ସମ୍ପର୍କ ଦୃଢ଼ ହେବ। ସନ୍ତାନସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ମହିଳାମାନେ ପରିବାର ପ୍ରତି ଯତ୍ନଶୀଳ ହେବେ। ମିଥୁନ: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବନ୍ଧୁବର୍ଗରେ ମତପାର୍ଥକ୍ୟ ଦେଖାଦେବ। ସଞ୍ଚିତ ଅର୍ଥ ବ୍ୟୟ ହୋଇଯିବ। ଫଳରେ ମାନସିକ ଦୁଃଶ୍ଚିନ୍ତା ଦେଇ […]

rashi5

Jitendra Garnayak
  • Published: Tuesday, 02 June 2020
  • , Updated: 02 June 2020, 07:43 AM IST

ମେଷ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ ଓ ସମସ୍ତ କାର୍ଯ୍ୟରେ ଜୟଯୁକ୍ତ ହେବେ। ରାଜନେତାମାନେ ବହୁ ସମ୍ମାନର ଅଧିକାରୀ ହେବେ। ଛାତ୍ରଛାତ୍ରୀମାନେ ନିଜ ନିଜ ଲକ୍ଷ୍ୟ ହାସଲ କରିବେ।

ବୃଷ:  ପରିବାରରେ ଅଶାନ୍ତି ଦୂର ହେବେ ଓ ସମ୍ପର୍କ ଦୃଢ଼ ହେବ। ସନ୍ତାନସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ। ମହିଳାମାନେ ପରିବାର ପ୍ରତି ଯତ୍ନଶୀଳ ହେବେ।

ମିଥୁନ: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବନ୍ଧୁବର୍ଗରେ ମତପାର୍ଥକ୍ୟ ଦେଖାଦେବ। ସଞ୍ଚିତ ଅର୍ଥ ବ୍ୟୟ ହୋଇଯିବ। ଫଳରେ ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ।

କର୍କଟ: ସୁସ୍ଥ ରହିବେ। କର୍ମମୟ ଜୀବନ ଆନନ୍ଦମୟ ହେବ। ନ୍ୟାୟ ପାଇବେ। ନୂତନ ଯାନବାହନ କ୍ରୟ କରିବା ପାଇଁ ଯୋଜନା କରିବେ।

ସିଂହ:  ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ।
ଦେବୀମା’ଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ।

କନ୍ୟା: ଦେହ ଓ ମନ ସୁସ୍ଥ ରହିବ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ସରସ, ସୁନ୍ଦର ହେବ। ସମାଜରେ ମାନସମ୍ମାନ ବଢ଼ିବ। ଶ୍ରୀଗଣେଶଙ୍କ ପାଖରେ ୭ଟି ଦୁବ ଓ ୭ଟି ବରକୋଳି ପତ୍ର ଚଢ଼ାନ୍ତୁ, ସୁଫଳ ପ୍ରାପ୍ତି ହେବ।

ତୁଳା: ଅଯଥା ବ୍ୟୟ କରିବେ। ବୃଥା ଭ୍ରମଣ ଯୋଗୁ ଥକି ପଡ଼ିବେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହେବାର ଯୋଗ ରହିଛି। ବ୍ୟବସାୟରେ  ଆଶାନୁରୂପ ଲାଭ ପାଇବେ ନାହିଁ।

ବିଛା: ଲୋକସମ୍ପର୍କ ବୃଦ୍ଧି ପାଇବ ଓ ଆକସ୍ମିକ ଧନ ଲାଭର ସୁଯୋଗ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

ଧନୁ: ବକେୟା ଅର୍ଥ ହସ୍ତଗତ ହେବ ଏବଂ ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ। ନିଜର ମାର୍ଜିତ କଥାବାର୍ତ୍ତା ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିବେ। ଜଗିରଖି ଚଳନ୍ତୁ, ନଚେତ୍ ଶରୀରରେ ଆଘାତ ଲାଗିପାରେ।

ମକର: ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ତେଣୁ ବେଶ୍ ଖୁସି ହେବେ।  ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।
ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।

କୁମ୍ଭ: ଅଯଥାରେ ଅର୍ଥ ବ୍ୟୟ କରିବେ। କାର୍ଯ୍ୟରେ ବି ସଫଳତା ମିଳିବ ନାହିଁ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ।

ମୀନ: ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ। ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇଯିବ। ଚେଷ୍ଟା କରୁଥିବା ସମସ୍ତ କାର୍ଯ୍ୟ ଭଲରେ ଭଲରେ ହୋଇଯିବ।

Related story