୧୧ ମେ’, ମଙ୍ଗଳବାର: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ

ମେଷ: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିବେ। ନୂତନ ଆୟ ପନ୍ଥା ପାଇଁ ଚେଷ୍ଟା କରିବେ। ପରିବାରରେ ହସଖୁସିର ବାତାବରଣ ରହିବ। ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକଙ୍କ ବିରୋଧର ଶିକାର ହେବେ। ଜଗି ରଖି ଚଳିବାକୁ ପଡ଼ିବ। ମିଥୁନ: ପରିଶ୍ରମ ଅନୁସାରେ ଫଳ ନମିଳିପାରେ। ଶରୀର ସୁସ୍ଥ ରହିବ। ନିଜକୁ ବିଭିନ୍ନ କାମରେ ନିୟୋଜିତ ରଖିବେ। କର୍କଟ: କର୍ମକ୍ଷେତ୍ରରେ ସମ୍ମାନ […]

Horoscope

Jitendra Garnayak
  • Published: Tuesday, 11 May 2021
  • , Updated: 11 May 2021, 08:13 AM IST

ମେଷ: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିବେ। ନୂତନ ଆୟ ପନ୍ଥା ପାଇଁ ଚେଷ୍ଟା କରିବେ। ପରିବାରରେ ହସଖୁସିର ବାତାବରଣ ରହିବ।

ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକଙ୍କ ବିରୋଧର ଶିକାର ହେବେ। ଜଗି ରଖି ଚଳିବାକୁ ପଡ଼ିବ।

ମିଥୁନ: ପରିଶ୍ରମ ଅନୁସାରେ ଫଳ ନମିଳିପାରେ। ଶରୀର ସୁସ୍ଥ ରହିବ। ନିଜକୁ ବିଭିନ୍ନ କାମରେ ନିୟୋଜିତ ରଖିବେ।

କର୍କଟ: କର୍ମକ୍ଷେତ୍ରରେ ସମ୍ମାନ ମିଳିବ। ମନ ଖୁସି ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ।

ସିଂହ: ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। କୌଣସି ଜନହିତକର କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ। ବନ୍ଧୁଙ୍କଠାରୁ ସହଯୋଗର ପ୍ରତିଶ୍ରୁତି ମିଳିବାରୁ ଖୁସି ଅନୁଭବ କରିବେ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଆୟ କରିବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ଅପରାହ୍ଣରେ ମନରେ ଅସ୍ଥିରତା ଦେଖାଦେବ। ତେବେ ଧୈର୍ଯ୍ୟ ରଖି ସବୁ କାମ କରିବାକୁ ପଡ଼ିବ।

ବିଛା: ଆର୍ଥିକ ସ୍ଥିତି ସୁଧୁରିଯିବ। ଶାରୀରିକ କଷ୍ଟ ଦୂର ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ଭବିଷ୍ୟତ ପାଇଁ ଯୋଜନା କରିବେ।

ଧନୁ: କୌଣସି ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିପାରେ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପିଲାମାନଙ୍କ କାର୍ଯ୍ୟରେ ଖୁସି ଅନୁଭବ କରିବେ।

ମକର: ବକେୟା ଅର୍ଥ ପାଇ ପାରନ୍ତି। ପାରିବାରିକ କଳହ ଦେଖାଦେବ। ଗୁପ୍ତଶତ୍ରୁଙ୍କ ସଂଖ୍ୟା ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

କୁମ୍ଭ: ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଅଧିକରୁ ଅଧିକ ଅର୍ଥ ସଞ୍ଚୟ କରିବା ଦିଗରେ ଗୁରୁତ୍ୱ ଦେବେ। ପିଲାମାନଙ୍କର ଭବିଷ୍ୟତ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ହେବେ।

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେବ। କୌଣସି କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।

Related story