ମେଷ: ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କର୍ମକ୍ଷେତ୍ରରେ ଆଗେଇବେ। ଦୂରେଇ ଯାଇଥିବା ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର- ଶିବ ମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।
ବୃଷ: ଗୁରୁଜନଙ୍କଠାରୁ ସାହାଯ୍ୟ ପାଇବେ। ଭଲ ରୋଜଗାର ହେଲେ ମଧ୍ୟ ସେହି ଅନୁସାରେ ବ୍ୟୟ ବଢ଼ିବ। ମନରେ ଅଶାନ୍ତି ଦେଖା ଦେଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
ମିଥୁନ: ଶତ୍ରୁମାନେ ପଛଘୁଞ୍ଚା ଦେବା ଫଳରେ ଆପଣ ଫାଇଦା ଉଠାଇବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ବିଦେଶ ଯାତ୍ରା କରିବାକୁ ସୁଯୋଗ ମିଳିପାରେ। ପ୍ରତିକାର- ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।
କର୍କଟ: ଶରୀର ସୁସ୍ଥ ରହିବ। ମାନସିକ ବିଷାଦ ଓ ଦାମ୍ପତ୍ୟ କଳହ ଦୂର ହୋଇଯିବ। ନୂତନ କାରବାରରେ ସଫଳତା ମିଳିବ। ଭାତ୍ରୁ ବିବାଦ, ଜମିବାଡ଼ି ଓ ଘର ନେଇ ରହିଥିବା ସମସ୍ୟାର ସମାଧାନ ହେବ। ପ୍ରତିକାର- ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ସିଂହ: ଶତ୍ରୁମାନେ ପରାଜିତ ହେବେ ଓ ମାନସିକ ଶାନ୍ତି ଦେଖାଦେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
କନ୍ୟା: ପୁରାତନ ରୋଗରୁ ଉପଶମ ମିଳିବ। ପରିବାର ଲୋକଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଆକସ୍ମିକ ଧନପ୍ରାପ୍ତି ହେବ। ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ବ୍ୟବସାୟୀମାନେ ନୂତନ ବ୍ୟବସାୟର ଯୋଜନା କରିବେ।
ତୁଳା: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହେବ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଅନେକ ସମସ୍ୟା ଦୂର ହେବ। ପରିବାରରେ ଶାନ୍ତି ବିରାଜମାନ କରିବ। ପ୍ରତିକାର- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ବିଛା: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢ଼ିବ। ତେବେ ଆପଣ ଲାଭ ପାଇବେ। ପୂରାତନ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ଅଧିକ ଲାଭଦାୟକ ହେବ। ପ୍ରତିକାର- ଭୋକିଲା ଲୋକଙ୍କୁ ନିରାଶ କରନ୍ତୁ ନାହିଁ।
ଧନୁ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଶରୀର ସୁସ୍ଥ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଦିନଟି ବେଶ୍ ଭଲ ରହିଛି।
ମକର: ସହକର୍ମୀଙ୍କଠାରୁ ଆଶାମୁତାବକ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ତେବେ ତାହା ଦୂରେଇଯିବ।
କୁମ୍ଭ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା। ରୋଜଗାର ବଢ଼ିବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ବ୍ୟବସାୟ ପାଇଁ ଅତ୍ୟଧିକ ଦୌଡ଼ାଦୈଡ଼ି କରିବାକୁ ପଡ଼ିବ।
ମୀନ: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ମିତ୍ର ଓ ସହଯୋଗୀଙ୍କଠାରୁ ସାହାଯ୍ୟ ପାଇବେ। ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପ୍ରତିକାର- ମା’, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।