୧୩ ଜୁନ୍‌, ରବିବାର: ପ୍ରତ୍ୟେକଟି କାର୍ଯ୍ୟରେ ଶୁଭଫଳ ପାଇବେ

ମେଷ: ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବୃତ୍ତିଗତ କାମକୁ ନେଇ କିଛି ବାଧା ଉପୁଜି ପାରେ। ବୃଷ: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ। ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ଅପରାହ୍ଣରେ ଦୁଃସମ୍ବାଦ ପ୍ରାପ୍ତି ହେବ। କର୍କଟ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ବହୁଦିନରୁ ଆଶା କରିଥିବା କାର୍ଯ୍ୟକୁ ପୂରଣ କରିବେ। ସିଂହ: ଅର୍ଥାଭାବ […]

andre-russel

Jitendra Garnayak
  • Published: Sunday, 13 June 2021
  • , Updated: 13 June 2021, 07:44 AM IST

ମେଷ: ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବୃତ୍ତିଗତ କାମକୁ ନେଇ କିଛି ବାଧା ଉପୁଜି ପାରେ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ।

ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ଅପରାହ୍ଣରେ ଦୁଃସମ୍ବାଦ ପ୍ରାପ୍ତି ହେବ।

କର୍କଟ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ। ବହୁଦିନରୁ ଆଶା କରିଥିବା କାର୍ଯ୍ୟକୁ ପୂରଣ କରିବେ।

ସିଂହ: ଅର୍ଥାଭାବ ଯୋଗୁ ଅସ୍ଥିର ହେବେ। ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ଅପରାହ୍ଣରେ ଖୁସି ଖବର ମିଳିପାରେ।

କନ୍ୟା: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଶୁଭଫଳ ପାଇବେ।

ତୁଳା: ଗୁପ୍ତଶତ୍ରୁମାନେ ମନରେ ଭୟ ସୃଷ୍ଟି କରାଇବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ବିଛା: ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ।

ଧନୁ: ପରିବାରରେ ସମସ୍ତେ ଖୁସିରେ ରହିବେ ଓ ସମସ୍ତଙ୍କ ମନରେ ଭଲ ପାଇବା ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

ମକର: ବ୍ୟବସାୟକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ପିଲାମାନଙ୍କ ଭବିଷ୍ୟତକୁ ନେଇ ବାପାମା’ ଚିନ୍ତିତ ରହିବେ। ଅପରାହ୍ନରେ କୌଣସି ଖବର ଶୁଣି ମନୋବଳ ଭାଙ୍ଗିଯିବ।

କୁମ୍ଭ: ମହିଳାମାନେ ଅପମାନିତ ହୋଇପାରନ୍ତି। ନିଜ ଲୋକମାନେ ହଇରାଣ କରିପାରନ୍ତି। ଅର୍ଥାଭାବ ଦେଖାଯିବ।

ମୀନ: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜଗିରଖି ଚଳନ୍ତୁ।

Related story