୧୩ ସେପ୍ଟେମ୍ବର, ରବିବାର: ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବିପଦରେ ପଡ଼ିବେ

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ପ୍ରେରଣା ଲାଭ କରିବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ। ବୃଷ: ନିଜ ଲୋକମାନେ ଧୋକା ଦେଇପାରନ୍ତି। ଧନହାନି ସାଙ୍ଗଙ୍କୁ ପ୍ରାଣପୀଡ଼ା ଯୋଗ ରହିଛି। କାର୍ଯ୍ୟରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରାଇବ। ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଦେଖାଦେଇପାରେ। ମିଥୁନ: ଗୃହକୁ ବନ୍ଧୁ ଆସିବେ। ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ୭ଟି ତୁଳସୀ ପତ୍ର ନିଜ […]

rashi5

Jitendra Garnayak
  • Published: Sunday, 13 September 2020
  • , Updated: 13 September 2020, 08:22 AM IST

ମେଷ: ପ୍ରତ୍ୟେକଟି ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଠାରୁ ପ୍ରେରଣା ଲାଭ କରିବେ। ବ୍ୟବସାୟରେ ପୂର୍ବ ଅପେକ୍ଷା ସ୍ଥିତି ଭଲ ରହିବ।

ବୃଷ: ନିଜ ଲୋକମାନେ ଧୋକା ଦେଇପାରନ୍ତି। ଧନହାନି ସାଙ୍ଗଙ୍କୁ ପ୍ରାଣପୀଡ଼ା ଯୋଗ ରହିଛି। କାର୍ଯ୍ୟରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରାଇବ। ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଦେଖାଦେଇପାରେ।

ମିଥୁନ: ଗୃହକୁ ବନ୍ଧୁ ଆସିବେ। ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ୭ଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ। ଏହା ସୁଫଳ ପ୍ରଦାନ କରିବ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ସିଂହ: ଶରୀର ସୁସ୍ଥ ରହିବା ମନ ବି ଭଲ ରହିବ। ବକେୟା ଅର୍ଥ ହାତକୁ ଆସିବ।

କନ୍ୟା: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ମାନସମ୍ମାନ ମିଳିବ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ପାଇବେ।

ତୁଳା: ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ। ତେଣୁ ଖାଦ୍ୟ ଓ ପାନୀୟ ପ୍ରତି ଯତ୍ନବାନ ହୁଅନ୍ତୁ। କୌଣସି ଜମିଜମା ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ।

ବିଛା: ସମାଜରେ ମାନସମ୍ମାନ ବଢ଼ିବ। ଗୌରବ ଅର୍ଜନ କରିବେ। ନିର୍ମାଣାଧୀନ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଲାଭ କରିବେ।

ଧନୁ: ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିପାରିବେ। ପରିବାରରେ ସନ୍ତାନମାନେ ଆଜ୍ଞାଧୀନ ହେବେ। ମହିଳାମାନେ କାର୍ଯ୍ୟ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନହେଲେ ବିପଦରେ ପଡ଼ିପାରନ୍ତି।

ମକର: ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସରସସୁନ୍ଦର ହେବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିବେ।

କୁମ୍ଭ: ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବିପଦରେ ପଡ଼ିବେ। ଆର୍ଥିକ ସମସ୍ୟା ଓ ପାରିବାରିକ କଳହକୁ ନେଇ ଚିନ୍ତିତ ରହିବେ। ଆଣ୍ଠୁ, ଅଣ୍ଟା କିମ୍ବା ପାଦରେ ପୀଡ଼ା ଦେଖାଦେଇପାରେ। ପ୍ରତିକାର- ରାଶି ତେଲ ଦେଇ ୩ଟି ଦୀପ ପଶ୍ଚିମକୁ ମୁଖ କରି ଜାଳନ୍ତୁ।

ମୀନ: ଗୁରୁଜନମାନଙ୍କ ସ୍ନେହାଶୀର୍ବାଦ ଲାଭ କରିବେ। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆମଦାନୀ ଓ ରପ୍ତାନୀ ଜନିତ କାରବାରରେ ବେଶ୍ ଲାଭ ପାଇବେ।

Related story