୧୫ ଜୁନ୍‌, ମଙ୍ଗଳବାର: ସୁସମ୍ବାଦ ପାଇବେ

ମେଷ: କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବୃଷ: ଅର୍ଥଲାଭ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟୀମାନେ ଭଲ ଲାଭ ପାଇବେ। ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଯେ କୌଣସି କାର୍ଯ୍ୟ କରିବେ, ସେଥିରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍କଟ: ପାରିବାରିକ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ସିଂହ: ମିଡିଆରେ କାର୍ଯ୍ୟରତ ବ୍ୟକ୍ତିମାନେ ଶୁଭଫଳ […]

Kumbha-Mela

Jitendra Garnayak
  • Published: Tuesday, 15 June 2021
  • , Updated: 15 June 2021, 07:58 AM IST

ମେଷ: କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ।

ବୃଷ: ଅର୍ଥଲାଭ ହେବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟୀମାନେ ଭଲ ଲାଭ ପାଇବେ।

ମିଥୁନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଯେ କୌଣସି କାର୍ଯ୍ୟ କରିବେ, ସେଥିରେ ସଫଳତା ପାଇବେ।
ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କର୍କଟ: ପାରିବାରିକ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଉନ୍ନତି ହେବ।

ସିଂହ: ମିଡିଆରେ କାର୍ଯ୍ୟରତ ବ୍ୟକ୍ତିମାନେ ଶୁଭଫଳ ପାଇବେ। ସୁସମ୍ବାଦ ପାଇବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ମାନସମ୍ମାନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶତ୍ରୁମାନେ ମିତ୍ର ହୋଇଯିବେ।

ବିଛା: ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ।

ଧନୁ: ପାରିବାରିକ ସମସ୍ୟାର ସମାଧାନ ହେବ। ପୂଜାପାଠରେ ଅଧିକ ସମୟ ବିତାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ।

ମକର: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟ କରୁଥିବା ଲୋକେ ଭଲ ଲାଭ ପାଇବେ। ନୂଆ ଲୋକଙ୍କ ସହିଚ ବନ୍ଧୁତା ବଢ଼ିବ।

କୁମ୍ଭ: ଦିନଟି ଭଲରେ କଟିବ। ପରିବାର ଲୋକଙ୍କୁ ଅଧିକ ସମୟ ଦେବେ। ଘରର କିଛି କାର୍ଯ୍ୟ ବାକି ଥିଲେ, ତାକୁ ଶେଷ କରିବେ।

ମୀନ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ମନ ଅଶାନ୍ତ ରହିବ। ଅପରାହ୍ନ ପରେ କିଛି ଖୁସି ଖବର ପ୍ରାପ୍ତି ହେବ।

Related story