ମେଷ- ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।
ବୃଷ- ସ୍ଥାୟୀ ସମ୍ପତ୍ତିପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରେ କୌଣସି କାମକୁ ନେଇ ପରିଶ୍ରମ କରିବାକୁ ପଡ଼ିପାରେ।
ମିଥୁନ- ମାନସମ୍ମାନ ମିଳିବ। ଭାଇଙ୍କ ସହଯୋଗ ମିଳିବ। ପାର୍ଟନରଙ୍କ ସହ ପ୍ରେମ ସଂପର୍କ ଆହୁରି ଗଭୀର ହେବ।
କର୍କଟ- ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୁରୁଣା ସମସ୍ୟା ଥିଲେ ଦୂର ହେବ।
ସିଂହ- ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଅଟକି ଯାଇଥିବା ଧନ ମିଳିବ। କୌଣସି ମହିଳାଙ୍କ ଦ୍ୱାରା ଲାଭବାନ ହେବେ।
କନ୍ୟା- କୌଣସି ବିବାଦରେ ପଶନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।
ତୁଳା- ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। କର୍ମକ୍ଷେତ୍ରରୁ ଶୁଭ ଖବର ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା- କ୍ୟାରିୟରରେ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାତ୍ରା କରନ୍ତୁ ନାହିଁ।
ଧନୁ- ପ୍ରେମ ମାମଲାରେ ସଫଳତା ମିଳିବ। ନିଜର ଇଚ୍ଛା ଅନୁଯାୟୀ କାମ ହେବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।
ମକର- ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରରେ ଅଶାନ୍ତି ଦେଖାଯିବ। ଧନହାନି ଯୋଗ ରହିଛି।
କୁମ୍ଭ- ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସଂପତ୍ତି ପାଇଁ ଘରେ ବିବାଦ ଦେଖା ଦେଇପାରେ।
ମୀନ- ପାରିବାରିକ ଖୁସି ମିଳିବ। ମାନ-ସମ୍ମାନ ମିଳିବ। ପୁରୁଣା ବାଧା ହଟି ଯିବ।