ରାଶିଫଳ; ଜାଣନ୍ତୁ ଆଜି କେଉଁ ରାଶିରେ କ’ଣ ରହିଛି।
ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ ହସଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।
ବୃଷ: ବ୍ୟବସାୟରେ ଆଶାମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ବସ୍ତ୍ର କିଣିପାରନ୍ତି।
ମିଥୁନ: ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ।
କର୍କଟ: ଅସୁସ୍ଥ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
ସିଂହ: ଖୁସି ଖବର ଶୁଣି ପାରନ୍ତି। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।
କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିପାରନ୍ତି। ଭାଗ୍ୟ ବୃଦ୍ଧି ହେବ।
ତୁଳା: ଖର୍ଚ୍ଚ ବଢ଼ିବ। ମଧ୍ୟାହ୍ଣ ପରେ କୌଣସି କଥାକୁ ନେଇ ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।
ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। ନୂତନ ପୋଷାକ କିଣିପାରନ୍ତି।
ଧନୁ: ପଦୋନ୍ନତିର ଯୋଗ ରହିଛି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ମକର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ।
କୁମ୍ଭ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଈଶ୍ୱରଙ୍କୁ ଆରାଧନା କରନ୍ତୁ। ମନ ଖୁସି ରହିବ।
ମୀନ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାନ-ସମ୍ମାନ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।