୧୭ ମେ’, ସୋମବାର: ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ

ମେଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ। ବ୍ୟବସାୟରେ ଲାଭ ପାଇବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ବୃଷ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ। କୌଣସି ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ନେବେ। କର୍ମକ୍ଷେତ୍ରରେ ଅପବାଦ ମିଳିପାରେ। ମିଥୁନ: ଛାତ୍ରଛତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଅର୍ଥ ଲାଭ ଯୋଗ ଅଛି। କର୍କଟ: ଦାମ୍ପତ୍ୟ ଜୀବନ ଭଲରେ କଟିବ। କର୍ମକ୍ଷେତ୍ରରେ ଆର୍ଥିକ ଲାଭ ମିଳିବ। ପାରିବାରିକ ସମସ୍ୟାର […]

Horoscope

Jitendra Garnayak
  • Published: Monday, 17 May 2021
  • , Updated: 17 May 2021, 07:39 AM IST

ମେଷ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ। ବ୍ୟବସାୟରେ ଲାଭ ପାଇବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

ବୃଷ: ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ। କୌଣସି ପ୍ରସଙ୍ଗରେ ବନ୍ଧୁଙ୍କ ପରାମର୍ଶ ନେବେ। କର୍ମକ୍ଷେତ୍ରରେ ଅପବାଦ ମିଳିପାରେ।

ମିଥୁନ: ଛାତ୍ରଛତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଅର୍ଥ ଲାଭ ଯୋଗ ଅଛି।

କର୍କଟ: ଦାମ୍ପତ୍ୟ ଜୀବନ ଭଲରେ କଟିବ। କର୍ମକ୍ଷେତ୍ରରେ ଆର୍ଥିକ ଲାଭ ମିଳିବ। ପାରିବାରିକ ସମସ୍ୟାର ସମାଧାନ ହେବ।

ସିଂହ: ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସନ୍ତାନ ମାନଙ୍କ କାର୍ଯ୍ୟକଳାପ ସନ୍ତୋଷ ଜନକ ରହିବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

କନ୍ୟା: ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ। ଗାଡ଼ି ଚଲାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅସୁସ୍ଥ ଅନୁଭବ କରିବେ।

ତୁଳା: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ପ୍ରତ୍ୟେକ କାର୍ଯ୍ୟରେ ସୁଫଳ ମିଳିବ। ମିଠା ଖାଇ ଘରୁ ବାହାରନ୍ତୁ।

ବିଛା: ଗୁପ୍ତଶତ୍ରୁ ହଠାତ୍ ସକ୍ରିୟ ହେବେ ଓ କିଛି କ୍ଷତି କରିପାରନ୍ତି। ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିପାରନ୍ତି। ଅପରାହ୍ଣରେ ଭବିଷ୍ୟତ ପାଇଁ ଖୁସି ଖବର ମିଳିବ।

ଧନୁ: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ମକର: ପରିବାର ଲୋକଙ୍କ ଗହଣରେ ସମୟ ବିତିବ। ସୁସ୍ୱାଦୁ ଭୋଜନ କରିବେ। ମାନସମ୍ମାନ ପ୍ରାପ୍ତି ହେବ।

କୁମ୍ଭ: ବ୍ୟବସାୟରେ ଲାଭ ପାଇବେ। ସ୍ୱାସ୍ଥ୍ୟସେବା ଅଧିକାରୀମାନେ ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନଙ୍କ କ୍ୟାରିଅରକୁ ନେଇ ଶୁଭ ସୂଚନା ମିଳିବ।

ମୀନ: ପଡ଼ୋଶୀ ଓ ବନ୍ଧୁଙ୍କ ସହିତ ମତାନ୍ତର ଦେଖାଦେବ। ଜଗିରଖି ଚଳିବାକୁ ପଡ଼ିବ। ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ସୃଷ୍ଟି କରିବ।

Related story