୧୮ ଏପ୍ରିଲ୍‌, ରବିବାର: ପରିବାରର କେହି ସଦସ୍ୟ ଆପଣଙ୍କୁ ଭୁଲ ବୁଝିପାରନ୍ତି

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିବେ। ଫୋନ୍ ଦ୍ୱାରା ଅନେକ କାର୍ଯ୍ୟ ହୋଇଯିବ। ପଡ଼ୋଶୀଙ୍କ ସହଯୋଗ ପାଇ ବହୁ ଦିନର ବିବାଦର ସମାଧାନ ହୋଇଯିବ। ବୃଷ: କୌଣସି ପ୍ରସଙ୍ଗରେ ସତ କଥା କହିବାକୁ ବାଧ୍ୟ ହେବେ। ପରିବାରର କେହି ସଦସ୍ୟ ଆପଣଙ୍କୁ ଭୁଲ ବୁଝିପାରନ୍ତି। କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମିଠା ଦହି ଖାଇ ଘରୁ ବାହାରନ୍ତୁ। ମିଥୁନ: ଆୟ ବୃଦ୍ଧି ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ମନ ଚଞ୍ଚଳ ରହିବ। ପରିବାରରୁ […]

Horoscope

Jitendra Garnayak
  • Published: Sunday, 18 April 2021
  • , Updated: 18 April 2021, 07:50 AM IST

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିବେ। ଫୋନ୍ ଦ୍ୱାରା ଅନେକ କାର୍ଯ୍ୟ ହୋଇଯିବ। ପଡ଼ୋଶୀଙ୍କ ସହଯୋଗ ପାଇ ବହୁ ଦିନର ବିବାଦର ସମାଧାନ ହୋଇଯିବ।

ବୃଷ: କୌଣସି ପ୍ରସଙ୍ଗରେ ସତ କଥା କହିବାକୁ ବାଧ୍ୟ ହେବେ। ପରିବାରର କେହି ସଦସ୍ୟ ଆପଣଙ୍କୁ ଭୁଲ ବୁଝିପାରନ୍ତି। କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମିଠା ଦହି ଖାଇ ଘରୁ ବାହାରନ୍ତୁ।

ମିଥୁନ: ଆୟ ବୃଦ୍ଧି ପାଇଁ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ମନ ଚଞ୍ଚଳ ରହିବ। ପରିବାରରୁ ଆର୍ଥିକ ସହଯୋଗ ମିଳିବ। କର୍ମ କ୍ଷେତ୍ରରେ ଉନ୍ନତି ହେବ।

କର୍କଟ: ଦୂରଯାତ୍ରା ଯୋଗ ରହିଛି। ଧର୍ମ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ। ଗୁରୁତ୍ୱପୂର୍ଣ୍ଣ ଦ୍ରବ୍ୟକୁ ଦାୟିତ୍ୱରେ ରଖନ୍ତୁ, ନହେଲେ ହଜିଯିବା କିମ୍ବା ଚୋରି ହେଇଯିବାର ସମ୍ଭାବନା ଅଛି।

ସିଂହ: ସମସ୍ତଙ୍କ ସହିତ ସୁସମ୍ପର୍କ ରଖିବାକୁ ପ୍ରୟାସ କରନ୍ତୁ। ବ୍ୟବସାୟୀମାନେ ଭଲ ଲାଭ କରିବେ। ବକେୟା ଅର୍ଥ ଫେରିପାଇବେ।

କନ୍ୟା: ନିଜ ପାଇଁ କିମ୍ବା ଘର ପାଇଁ ନୂଆ ଦ୍ରବ୍ୟ କିଣାକିଣି କରିବେ। କର୍ମକ୍ଷେତ୍ରରେ କିଛି ବଡ଼ ସଫଳତା ମିଳିପାରେ। ସାମାଜିକ ସମ୍ପର୍କ ଭଲ ରହିବ।

ତୁଳା: ଦୂରଯାତ୍ରା ଶୁଭ ରହିବ। ଗୁରୁଜନଙ୍କ କଥା ମାନିଲେ ସଫଳତା ମିଳିବ। ଶ୍ରୀଗଣେଶ ମହାପ୍ରଭୁଙ୍କୁ ହଳଦୀ ଜଳରେ ସ୍ନାନ କରାନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ।

ବିଛା: ଏଣୁ ତେଣୁ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିସ୍ଥିତି ନିୟନ୍ତ୍ରଣରେ ରହିବ ନାହିଁ। ଅର୍ଥ ଓ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ। ସଭାସମିତିରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ।

ଧନୁ: ଘରକୁ ଅତିଥି ଆସିପାରନ୍ତି। ନୂଆ ଜାଗା କିଣି ପାରନ୍ତି। ବିବାହ ପ୍ରସ୍ତାବ ଆସିପାରେ।

ମକର: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। କେହି ଛଳନା କରୁଥିଲେ, ତାହା ସାମ୍ନାକୁ ଆସିବ। ଶତ୍ରୁମାନେ ପରାସ୍ତ ହେବେ। ଭଲ ଫଳ ପାଇବା ପାଇଁ ପରିଶ୍ରମ କରିବାକୁ ପଡ଼ିବ।

କୁମ୍ଭ: ପିଲାଙ୍କ ସହିତ ଅଧିକ ସମୟ କଟାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ବିଦ୍ୟାର୍ଥୀମାନେ ସଫଳତା ପାଇବେ।

ମୀନ: ଘର କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। କର୍ମକ୍ଷେତ୍ରରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ।

Related story