୧୯ ଜାନୁଆରୀ, ମଙ୍ଗଳବାର: ନୂଆ କାମ ପାଇ ମନ ଖୁସି ରହିବ

ମେଷ: ଅଟକିଥିବା କାର୍ଯ୍ୟ କୌଣସି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହୋଇପାରେ। ଆର୍ଥିକ ସ୍ଥିତି ଉତ୍ତମ ରହିଲେ ମଧ୍ୟ ଅଧିକ ବ୍ୟୟ ଚିନ୍ତିତ କରିପାରେ। ବୃଷ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଦୂରଯାତ୍ରାର ଉଦ୍ଦେଶ୍ୟ ସଫଳ ହେବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଶରୀର ସୁସ୍ଥ ରହିବ। ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ଦାମ୍ପତ୍ୟ କଳହର ସମାଧାନ ହେବ। ପାରିବାରିକ ଜୀବନ ଆନନ୍ଦରେ କଟିବ। ମିଥୁନ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ଜାଗା ବା ଜମି ଆଦି […]

Daily Horoscope

Jitendra Garnayak
  • Published: Tuesday, 19 January 2021
  • , Updated: 19 January 2021, 09:04 AM IST

ମେଷ: ଅଟକିଥିବା କାର୍ଯ୍ୟ କୌଣସି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହୋଇପାରେ। ଆର୍ଥିକ ସ୍ଥିତି ଉତ୍ତମ ରହିଲେ ମଧ୍ୟ ଅଧିକ ବ୍ୟୟ ଚିନ୍ତିତ କରିପାରେ।

ବୃଷ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଦୂରଯାତ୍ରାର ଉଦ୍ଦେଶ୍ୟ ସଫଳ ହେବ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଶରୀର ସୁସ୍ଥ ରହିବ। ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ଦାମ୍ପତ୍ୟ କଳହର ସମାଧାନ ହେବ। ପାରିବାରିକ ଜୀବନ ଆନନ୍ଦରେ କଟିବ।

ମିଥୁନ: ସ୍ୱାସ୍ଥ୍ୟରେ ସୁଧାର ଆସିବ। ଜାଗା ବା ଜମି ଆଦି କିଣିପାରନ୍ତି। ନୂଆ କାମ ପାଇ ମନ ଖୁସି ରହିବ।

କର୍କଟ: ଦୈବୀ କୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ପତିପତ୍ନୀଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ। ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। କଠିନ ପରିଶ୍ରମ ଯୋଗୁ ଶରୀର ଅସୁସ୍ଥ ହୋଇପାରେ।

କନ୍ୟା: ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହେବ ଓ ମାନସିକ ଚିନ୍ତା ଦୂର ହେବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଉତ୍ତମ ସଂପର୍କ ସ୍ଥାପନ ହେବ।

ତୁଳା: ଭଲମନ୍ଦ ବିଚାର କରି ଯେକୌଣସି କାର୍ଯ୍ୟ କଲେ ଭଲ। ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବରଣ ଦେଖାଦେବ।

ବିଛା: ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଆଶା ପୂରଣ ହେବ। ଆଶାଜନକ ଫଳ ପ୍ରାପ୍ତି ହେବ। ପରିବାରରେ ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ଧନୁ: ସହକର୍ମୀମାନଙ୍କ ସହ ଭଲ ସଂପର୍କ ବଜାୟ ରହିବ। ଆୟ ବୃଦ୍ଧି ପାଇଁ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ।ସମାଜସେବାରେ ମନଦେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ଆଦି କ୍ଷେତ୍ରରେ କାମ କରୁଥିବା ଲୋକେ ଶୁଭ ସୂଚନା ପାଇବେ।

ମକର: ସଚ୍ଚୋଟ ଭାବେ କର୍ମକରି ସମ୍ମାନିତ ହେବେ। ଆୟ ବଢ଼ିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

କୁମ୍ଭ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ସହାୟତା ପାଇ ଘରୋଇ ସମସ୍ୟାର ସମାଧାନ କରିପାରିବେ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ମିଳିବ। କନିଷ୍ଠମାନଙ୍କ ସାହାଯ୍ୟ ପାଇବେ। ଆଖି, ପେଟ ଆଦି ଯନ୍ତ୍ରଣା ହୋଇପାରେ।

Related story