୧୯ ମେ’, ବୁଧବାର: ନିଜ ଲୋକଙ୍କ ଆଚରଣ ମନକୁ କଷ୍ଟ ଦେବ

ମେଷ: ପାରିବାରିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ବୃଷ: କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପ୍ରସଙ୍ଗରେ ଆଶ୍ୱସ୍ତି ମିଳିବ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ। ପରିବାରରେ ଶାନ୍ତି ବଜାୟ ରହିବ। ମିଥୁନ: ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢ଼ିବ। କର୍କଟ: ବନ୍ଧୁଙ୍କ ଠାରୁ […]

Horoscope

Jitendra Garnayak
  • Published: Wednesday, 19 May 2021
  • , Updated: 19 May 2021, 07:52 AM IST

ମେଷ: ପାରିବାରିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପ୍ରସଙ୍ଗରେ ଆଶ୍ୱସ୍ତି ମିଳିବ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ। ପରିବାରରେ ଶାନ୍ତି ବଜାୟ ରହିବ।

ମିଥୁନ: ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢ଼ିବ।

କର୍କଟ: ବନ୍ଧୁଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ। କିଛି ଶୁଭ ଖବର ମିଳିପାରେ।

ସିଂହ: ସନ୍ତାନସନ୍ତତିଙ୍କ ପାଇଁ ବାପାମା’ ଚିନ୍ତିତ ରହିବେ। ବହୁ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିବେ।

କନ୍ୟା: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅସୁସ୍ଥ ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

ତୁଳା: ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କର କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ବିଛା: ଅର୍ଥାଭାବ ଦେଖାଯିବ। ନିଜ ଲୋକଙ୍କ ଆଚରଣ ମନକୁ କଷ୍ଟ ଦେବ। ମହିଳାମାନେ ନିନ୍ଦିତ ହୋଇପାରନ୍ତି।

ଧନୁ: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜି ପାରେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ମକର: ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସହିତ ପରାମର୍ଶ କରିବେ।

କୁମ୍ଭ: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ।

ମୀନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ବନ୍ଧୁମାନଙ୍କ ଠାରୁ ପ୍ରଶଂସା ପାଇବେ।

Related story