୧୪ ଅଗଷ୍ଟ, ଶୁକ୍ରବାର: ଅନେକ ଦିନର ଆଶା ପୂରଣ ହେବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟରେ ଉନ୍ନତି ହେବ। ବହୁ ପୁରୁଣା ସମସ୍ୟାର ସମାଧାନ କରିବେ। ହନୁମାନଙ୍କୁ ଦର୍ଶନ କରନ୍ତୁ। ବୃଷ: ଅନେକ ଦିନର ଆଶା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ହେବ। କିଛି ମୁଗଡାଲି ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ। ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନସମ୍ମାନ ମିଳିବା ସହିତ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଜମିବାଡ଼ି ଜନିତ ବ୍ୟବସାୟରୁ […]

Daily Horoscope

Jitendra Garnayak
  • Published: Friday, 14 August 2020
  • , Updated: 14 August 2020, 08:26 AM IST

ମେଷ: ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟରେ ଉନ୍ନତି ହେବ। ବହୁ ପୁରୁଣା ସମସ୍ୟାର ସମାଧାନ କରିବେ। ହନୁମାନଙ୍କୁ ଦର୍ଶନ କରନ୍ତୁ।

ବୃଷ: ଅନେକ ଦିନର ଆଶା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ହେବ। କିଛି ମୁଗଡାଲି ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନସମ୍ମାନ ମିଳିବା ସହିତ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଜମିବାଡ଼ି ଜନିତ ବ୍ୟବସାୟରୁ ଅଧିକ ଲାଭ ପାଇବେ।

କର୍କଟ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ। ଯାତ୍ରାଜନିତ କ୍ଲେଶ ଅନୁଭବ କରିବେ। କୌଣସି ଖାଦ୍ୟ ବା ପାନୀୟ ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତେଣୁ ସଠିକ୍ ଖାଦ୍ୟ ଗ୍ରହଣ କରନ୍ତୁ।

ସିଂହ: କୌଣସି ନୂତନ ଯାନବାହନ ବା ଭୂମି କ୍ରୟ କରିବାର ସୁଯୋଗ ମିଳିବ। ନିଜର ଅସୀମ ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଯୋଗୁ ସମସ୍ତ କାର୍ଯ୍ୟରେ ସଫଳ ହେବେ। ମହିଳାମାନେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।

କନ୍ୟା: ଲାଗି ରହିଥିବା ବିବାଦର ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି। ଶରୀରର କୌଣସି ସ୍ଥାନରେ ପୀଡ଼ା ଦେଖାଦେଇପାରେ।

ତୁଳା: ପାରିବାରିକ ଜୀବନରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ। ବସ୍ତ୍ର ଓ ଆଭୂଷଣ ଆଦି ବ୍ୟବସାୟରେ ବେଶ୍ ଭଲ ଲାଭ ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ।

ବିଛା: କାର୍ଯ୍ୟସ୍ଥଳରେ କାମର ଚାପ ବୃଦ୍ଧି ହେତୁ ବ୍ୟସ୍ତ ବିବ୍ରତ ହୋଇଯିବେ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ସତର୍କ ରୁହନ୍ତୁ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ସମାଲୋଚିତ ହେବେ।

ଧନୁ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ।

ମକର: କର୍ମକ୍ଷେତ୍ରରେ ନୂତନ ପଦ ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ସମାଜରେ ସମ୍ମାନ ବଢ଼ିବ।

କୁମ୍ଭ: ସ୍ଥଗିତ ଥିବା କାମକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଲାଭ ପାଇବେ।

ମୀନ: ବୃଥା ଭ୍ରମଣରେ ସମୟ ବିତିବ। ଗୁପ୍ତଶତ୍ରୁ ମନରେ ଭୟ ସୃଷ୍ଟି କରିବେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଅସହାୟଙ୍କୁ ନିରାଶ କରନ୍ତୁ ନାହିଁ।

Related story