୨୦ ଡିସେମ୍ବର, ରବିବାର: ନୂଆ ନିଯୁକ୍ତିର ସୁଯୋଗ ପାଇବେ

ମେଷ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁଦୃଷ୍ଟୁ ପ୍ରାପ୍ତି ହେବ। ଫଳରେ ଶତ୍ରୁମାନଙ୍କ ମୁକାବିଲା କରିପାରିବେ। ବ୍ୟବସାୟରେ ଉନ୍ନତି ହେବ। ପାଖ ହେଉ ଅବା ଦୂର, କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ: ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଆଜି କୌଣସି ନୂଆ ବ୍ୟବସାୟ ଆରମ୍ଭ କଲେ, ତାହା ଦୀର୍ଘ ସ୍ଥାୟୀ ହେବ। ଜାଗା, ଜମି, ସମ୍ପତ୍ତି ଓ ଯାନବାହନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ। ମିଥୁନ: ସାହିତ୍ୟ ପ୍ରତି ମନ ବଳାଇବେ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ମନ ଦେବେ। […]

Daily Horoscope

Jitendra Garnayak
  • Published: Sunday, 20 December 2020
  • , Updated: 20 December 2020, 07:40 AM IST

ମେଷ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁଦୃଷ୍ଟୁ ପ୍ରାପ୍ତି ହେବ। ଫଳରେ ଶତ୍ରୁମାନଙ୍କ ମୁକାବିଲା କରିପାରିବେ। ବ୍ୟବସାୟରେ ଉନ୍ନତି ହେବ। ପାଖ ହେଉ ଅବା ଦୂର, କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଆଜି କୌଣସି ନୂଆ ବ୍ୟବସାୟ ଆରମ୍ଭ କଲେ, ତାହା ଦୀର୍ଘ ସ୍ଥାୟୀ ହେବ। ଜାଗା, ଜମି, ସମ୍ପତ୍ତି ଓ ଯାନବାହନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ।

ମିଥୁନ: ସାହିତ୍ୟ ପ୍ରତି ମନ ବଳାଇବେ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ମନ ଦେବେ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହେବ।

କର୍କଟ: ସମାଜରେ ମାନସମ୍ମାନ ବଢ଼ିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ଆପଣା ଲୋକଙ୍କ ସାହାଯ୍ୟ ପାଇ ଧନ ଲାଭ ହେବ।

ସିଂହ: ସମସ୍ତ ଚିନ୍ତାରୁ ମୁକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ନୂତନ କର୍ମ ଆଶାୟୀ ଯୁବକ ଯୁବତୀମାନେ ଶୁଭ ଖବର ଶୁଣିପାରନ୍ତି।

କନ୍ୟା: ସମାଜରେ ଆପଣଙ୍କ ପତିଆରା ପୂର୍ବଭଳି ବଳବତ୍ତର ରହିବ। ଶତ୍ରୁମାନେ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଆଗ୍ରହ ଦେଖାଇବେ।

ତୁଳା: ପରିବାରରେ ସଠିକ୍ ବୁଝାମଣା ରହିବ। ବ୍ୟବସାୟରେ ନିଜ ଯୋଜନା ମୁତାବକ କାର୍ଯ୍ୟ କରିବେ। ନିଜ ଜ୍ଞାନ ଓ ବୁଦ୍ଧି ଯୋଗୁ ଅର୍ଥ ଲାଭ କରିବେ।

ବିଛା: ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଅଟକି ରହିଥିବା କାମ ଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ।

ଧନୁ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ସେଥିରେ ଉନ୍ନତି ଆସିବ। ଫଳରେ ମନ ଶାନ୍ତ ରହିବ। ନୂଆ ନିଯୁକ୍ତିର ସୁଯୋଗ ପାଇବେ।

ମକର: ଆର୍ଥିକ ଦିଗଟି ବେଶ୍‌ ଅନୁକୂଳ ରହିବ। ତେଣୁ କିଛି ନୂତନ ପଦାର୍ଥ କିଣି ପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କିଛି ନୂଆ କରିବାକୁ ଯୋଜନା କରିବେ।

କୁମ୍ଭ: ଶରୀର ସୁସ୍ଥ ରହିବ ଓ ମନ ଶାନ୍ତ ରହିବ। ଜମିଜମା ସହିତ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଜି ସଂପାଦନ କରିବେ। ସବୁଥିରେ ସଫଳତା ମିଳିବା ଓ ହସଖୁସିରେ ସମୟ କଟିବ।

ମୀନ: ଉଚ୍ଚଶିକ୍ଷା ପାଇଁ ଆଶା କରିଥିବା ସୁଯୋଗ ପାଇବେ। ଶତ୍ରୁମାନେ କ୍ଷତି କରିବା ପାଇଁ ଚେଷ୍ଟା କରିପାରନ୍ତି। ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

Related story