୨୨ ଡିସେମ୍ବର, ମଙ୍ଗଳବାର: ବହୁ ଦିନର ଆଶା ପୂରଣ ହେବ

ମେଷ: ବ୍ୟବସାୟରେ ଲାଭ ମିଳିବ। ସନ୍ତାନମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ। ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ବୃଷ: ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ। ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ସଫଳତା ପାଇବେ। ମିଥୁନ: କର୍ମକ୍ଷେତ୍ରରେ ଶୁଭଫଳ ପାଇପାରିବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। କର୍କଟ: ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ। ନହେଲେ ଦୁର୍ଘଟଣା ଘଟିପାରେ। ଅଫିସ୍‌ରେ ବା କାର୍ଯ୍ୟକ୍ଷେତ୍ରରେ ଦିନଟି ଭଲରେ କଟି ନପାରେ। କାହାକୁ […]

Daily Horoscope

Jitendra Garnayak
  • Published: Tuesday, 22 December 2020
  • , Updated: 22 December 2020, 07:53 AM IST

ମେଷ: ବ୍ୟବସାୟରେ ଲାଭ ମିଳିବ। ସନ୍ତାନମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ। ମାଲିମକଦ୍ଦମାରେ ଜୟଯୁକ୍ତ ହେବେ।

ବୃଷ: ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ। ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ସଫଳତା ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ଶୁଭଫଳ ପାଇପାରିବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

କର୍କଟ: ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ। ନହେଲେ ଦୁର୍ଘଟଣା ଘଟିପାରେ। ଅଫିସ୍‌ରେ ବା କାର୍ଯ୍ୟକ୍ଷେତ୍ରରେ ଦିନଟି ଭଲରେ କଟି ନପାରେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ସିଂହ: ବିଦେଶରୁ କିଛି ଶୁଭ ସମାଚାର ମିଳିପାରେ। ଆୟ ବୃଦ୍ଧି ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରକୁ କୌଣସି ବନ୍ଧୁଙ୍କ ଆଗମନ ହୋଇପାରେ।

କନ୍ୟା: ଦିନଟି ଭଲରେ କଟିବ। ମାନସମ୍ମାନ ବଢ଼ିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା: କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବହୁ ଦିନର ଆଶା ପୂରଣ ହେବ। ଅପରାହ୍ନ ପରେ ପରିବାରରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇପାରେ।

ବିଛା: ଆର୍ଥିକ ସମସ୍ୟା ଦେଖାଦେବ। ଅଜଣା ଲୋକଙ୍କ ଉପରେ ହଠାତ୍ ବିଶ୍ୱାସ କରନ୍ତୁ ନାହିଁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନନେଲେ ଭଲ।

ଧନୁ: ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଅଫିସ୍‌ରେ ନୂଆ ଦାୟିତ୍ୱ ମିଳିପାରେ। କିଛି ଦାମୀ ଉପହାର ମିଳିପାରେ।

ମକର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ଆଶା ମୁତାବକ ବଢ଼ିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ମଧୁର କଥା କହି ସମସ୍ତଙ୍କ ମନ ଜିଣିବେ।

କୁମ୍ଭ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ କାହାରି ସ୍ୱାସ୍ଥ୍ୟାବସ୍ଥା ଆପଣଙ୍କୁ ଚିନ୍ତିତ କରିପାରେ। କର୍ମକ୍ଷେତ୍ରରେ କିଛି ବାଧାବିଘ୍ନ ଉପୁଜିବାର ସମ୍ଭାବନା ରହିଛି।

ମୀନ: ଅପରାହ୍ନରେ ଖୁସି ଖବର ମିଳିପାରେ। ଘରେ ସମୟ କାଟିବାକୁ ଭଲ ପାଇବେ। କିଛି ନୂଆ ଜିନିଷ ନକିଣିଲେ ଭଲ।

Related story