୨୨ ଜାନୁଆରୀ, ଶୁକ୍ରବାର: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: ବିଦ୍ୟାକ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟରେ ଉଚିତ୍‌ ଲାଭ ପ୍ରାପ୍ତି ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ। ବୃଷ: କୋର୍ଟରେ ମାମଲା ଚାଲୁଥିଲେ ସେଥିରେ ଜୟଯୁକ୍ତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ଗୁପ୍ତଶତୃ ଜାଗ୍ରତ ହେବେ। ଜଗିରଖି ଚଳିବାକୁ ପଡ଼ିବ। ମିଥୁନ: ବ୍ୟବସାୟରେ ସାମାନ୍ୟ ପରିଶ୍ରମରେ ଭଲ ଲାଭ ପାଇବେ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡ଼ିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ […]

Daily Horoscope

Jitendra Garnayak
  • Published: Friday, 22 January 2021
  • , Updated: 22 January 2021, 08:57 AM IST

ମେଷ: ବିଦ୍ୟାକ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟରେ ଉଚିତ୍‌ ଲାଭ ପ୍ରାପ୍ତି ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ।

ବୃଷ: କୋର୍ଟରେ ମାମଲା ଚାଲୁଥିଲେ ସେଥିରେ ଜୟଯୁକ୍ତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ଗୁପ୍ତଶତୃ ଜାଗ୍ରତ ହେବେ। ଜଗିରଖି ଚଳିବାକୁ ପଡ଼ିବ।

ମିଥୁନ: ବ୍ୟବସାୟରେ ସାମାନ୍ୟ ପରିଶ୍ରମରେ ଭଲ ଲାଭ ପାଇବେ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡ଼ିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ।

କର୍କଟ: ବୃତ୍ତିଗତ ଦୃଷ୍ଟିରୁ ସ୍ୱାଭିମାନ ସୁରକ୍ଷିତ ରହିବ। କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସଂପନ୍ନ ହେବ। କୌଣସି ଶୁଭ କାର୍ଯ୍ୟ ଆୟୋଜନ କରିପାରନ୍ତି।

କନ୍ୟା: ଅନେକ ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂଆବନ୍ଧୁଙ୍କ ସହିତ ବନ୍ଧୁତ୍ୱ ସ୍ଥାପନା କରିବେ। ସୁସ୍ୱାଦୁ ଭୋଜନ କରିବେ।

ତୁଳା: କର୍ମକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ।

ବିଛା: ଆର୍ଥିକ ସ୍ଥିତି ସୁଧୁରିଯିବ ଓ ଶାରୀରିକ କଷ୍ଟ ଦୂର ହେବ। କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶା ମୁତାବକ ଲାଭ ପାଇବେ।

ଧନୁ: ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପିଲାମାନଙ୍କ କାର୍ଯ୍ୟରେ ବାପାମା’ ଖୁସି ଅନୁଭବ କରିବେ।

ମକର: ସାମାଜିକ ଉତ୍ସବରେ ଯୋଗ ଦେବେ। ଧାର କରଜ ଦେଇଥିଲେ ଫେରସ୍ତ ପାଇବେ। ଅସହାୟଙ୍କୁ ଦାନ କରନ୍ତୁ।

କୁମ୍ଭ: ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ରାଶିତେଲ ଦ୍ୱୀପ ଜାଳନ୍ତୁ।

ମୀନ: କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

Related story