୨୩ ଅଗଷ୍ଟ, ରବିବାର : ଯାହା ଚାହିଁବେ, ତାହା ପାଇବେ

ମେଷ: କେତେକ କାର୍ଯ୍ୟରେ ସନ୍ଦେହ ସୃଷ୍ଟି ହେଲେ ମଧ୍ୟ ମନ ଶାନ୍ତ ରହିବ। ବ୍ୟବସାୟରେ ଅଧିକ ପ୍ରଗତି ହେବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ। ଶତ୍ରୁତା ରଖୁଥିବା ଲୋକମାନେ ଦବିଯିବେ। ମିଥୁନ: ସନ୍ତାନଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ମାନସିକ ଉତ୍ତେଜନା ଦେଖା ଦେଇପାରେ। କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇବେ। ସମାଜରେ ମାନସମ୍ମାନ ବଢ଼ିବ। […]

Daily Horoscope

Jitendra Garnayak
  • Published: Sunday, 23 August 2020
  • , Updated: 23 August 2020, 08:13 AM IST

ମେଷ: କେତେକ କାର୍ଯ୍ୟରେ ସନ୍ଦେହ ସୃଷ୍ଟି ହେଲେ ମଧ୍ୟ ମନ ଶାନ୍ତ ରହିବ। ବ୍ୟବସାୟରେ ଅଧିକ ପ୍ରଗତି ହେବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ବୃଷ: ପ୍ରତ୍ୟେକ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆୟ ଅପେକ୍ଷା ବ୍ୟୟର ମାତ୍ରା ଅଧିକ ରହିବ। ଶତ୍ରୁତା ରଖୁଥିବା ଲୋକମାନେ ଦବିଯିବେ।

ମିଥୁନ: ସନ୍ତାନଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ। ଅର୍ଥପ୍ରାପ୍ତିର ଯୋଗ ରହିଛି। ମାନସିକ ଉତ୍ତେଜନା ଦେଖା ଦେଇପାରେ।

କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ପାଇବେ। ସମାଜରେ ମାନସମ୍ମାନ ବଢ଼ିବ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ଯାତ୍ରା ସୁଖଦାୟକ ହେବ।

ସିଂହ: ଆୟ ତୁଳନାରେ ଅଧିକ ବ୍ୟୟ ହେବ। ପରିସ୍ଥିତି ଆପଣଙ୍କ ନିୟନ୍ତ୍ରଣରେ ରହିବ। ମନକୁ ଶାନ୍ତ ରଖନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।

କନ୍ୟା: ଆପଣଙ୍କ କଥାବାର୍ତ୍ତା ପରିବାର ମଧ୍ୟରେ ଅଶାନ୍ତିର କାରଣ ହେବ। ମନ ଉତ୍ତେଜନାରେ ଭରି ରହିବ। ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ।

ତୁଳା: ପ୍ରତିକ୍ଷେତ୍ରରେ ବିଜୁଳି ବେଗରେ ଦକ୍ଷତା ପ୍ରଦର୍ଶନ କରିବେ। ଅର୍ଥପ୍ରାପ୍ତିରେ କୌଣସି ଅସୁବିଧା ହେବ ନାହିଁ। ପରିବାର ସହ ମନ ପସନ୍ଦର ଖାଦ୍ୟ ଖାଇବେ।

ବିଛା: ଆଳସ୍ୟ ଯୋଗୁ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେବ। ଅଯଥା କ୍ରୋଧ ପ୍ରକାଶ କରି ମାନସିକ ଶାନ୍ତି ନଷ୍ଟ କରିପାରନ୍ତି। ପ୍ରତିକାର- ଯୋଗ ପ୍ରାଣାୟାମ କରନ୍ତୁ।

ଧନୁ: ଯାହା ଚାହିଁବେ, ତାହା ପାଇବେ। ସନ୍ତାନ ସୁଖ ସହ ଆର୍ଥିକ ସୁଖ ମିଳିବ। ଛୋଟ ପିଲାଙ୍କୁ ଉପହାର ଦିଅନ୍ତୁ।

ମକର: ବ୍ୟବସାୟିକ କାର୍ଯ୍ୟରେ ବାହାରକୁ ଯିବାକୁ ପଡ଼ିପାରେ। ବନ୍ଧୁଙ୍କ ଗହଣରେ ରହି ନିଜ କର୍ମରେ ଅବହେଳା କରିପାରନ୍ତି। ଆଧ୍ୟାତ୍ମିକ କାର୍ଯ୍ୟରେ ବାଧା ଆସିପାରେ।

କୁମ୍ଭ: ଧୀରେ ଧୀରେ ସବୁ କିଛି ଠିକ୍ ହୋଇଯିବ। ଆଶା କରୁଥିବା ଦିଗରୁ ଶୁଭ ସୂଚନା ପାଇବେ। ଭଲ ବ୍ୟବହାର ପାଇଁ ପ୍ରଶଂସିତ ହେବେ।

ମୀନ: ଅର୍ଥଲାଭ ହେବ। କଥା ଉପରେ ନିୟନ୍ତ୍ରଣ ରଖିପାରିବେ ନାହିଁ। ତେଣୁ ଅପମାନିତ ହୋଇପାରନ୍ତି। ଆଜି ସାତ୍ତ୍ୱିକ ଖାଦ୍ୟ ଖାଆନ୍ତୁ।

Related story