୨୩ ଅଗଷ୍ଟ, ସୋମବାର: ସବୁଥିରେ ସଫଳତା ମିଳିବ

ମେଷ: ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। କୌଣସି ନୂତନ କାମ କରିବାକୁ ଚାହୁଁଥିଲେ ଅବଶ୍ୟ କରିପାରିବେ। ଆୟ ବୃଦ୍ଧି ପାଇବ। ବୃଷ: କର୍ମକୁ ଅଧିକ ଗୁରୁତ୍ୱ ଦେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇଯିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସମୟ ବିତାଇବେ। ମିଥୁନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। କର୍କଟ: ପରିବାରରେ ସବୁ କିଛି ଠିକ୍‌ଠାକ୍ ରହିବ। ବ୍ୟବସାୟରେ ସୁଧାର ଆସିବାରୁ ମନ ବହୁତ […]

puri temple

Jitendra Garnayak
  • Published: Monday, 23 August 2021
  • , Updated: 23 August 2021, 10:51 AM IST

ମେଷ: ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। କୌଣସି ନୂତନ କାମ କରିବାକୁ ଚାହୁଁଥିଲେ ଅବଶ୍ୟ କରିପାରିବେ। ଆୟ ବୃଦ୍ଧି ପାଇବ।

ବୃଷ: କର୍ମକୁ ଅଧିକ ଗୁରୁତ୍ୱ ଦେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହୋଇଯିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସମୟ ବିତାଇବେ।

ମିଥୁନ: ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ।

କର୍କଟ: ପରିବାରରେ ସବୁ କିଛି ଠିକ୍‌ଠାକ୍ ରହିବ। ବ୍ୟବସାୟରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ।

ସିଂହ: ମାନସିକ ଶାନ୍ତି ଲାଭ କରିବେ। ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ। ସବୁଥିରେ ସଫଳତା ମିଳିବ।

କନ୍ୟା: ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। ଉଚ୍ଚ ଆଶା ନେଇ ଆଗେଇ ଚାଲିବେ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

ତୁଳା: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଜମିବାଡ଼ି ବିବାଦର ସମାଧାନ ହୋଇପାରେ। ଉଧାର ଦେଇଥିବା ଟଙ୍କା ମିଳିଯିବ।

ବିଛା: ଶତ୍ରୁମାନେ କିଛି କ୍ଷତି ଘଟାଇପାରିବେ ନାହିଁ। ଧନ ଓ ସମ୍ମାନ ପ୍ରାପ୍ତି ହେବ।

ଧନୁ: ସୁସମ୍ବାଦ ଶୁଣିବେ। ଆର୍ଥିକ ସଙ୍କଟ ଦୂରେଇ ଯିବ। ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେତୁ ମନ ପ୍ରସନ୍ନ ରହିବ।

ମକର: ଶତୃମାନେ ଆପଣଙ୍କର ସାମ୍ନା କରିପାରିବେ ନାହିଁ। କିଛି ନୂଆ ଦାମୀ ଜିନିଷ ମିଳିପାରେ। ଲୋକମାନେ ଆପଣଙ୍କ କଥା ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

କୁମ୍ଭ: ବୁଦ୍ଧି ପ୍ରୟୋଗ କରି ନିଜ କାର୍ଯ୍ୟ ହାସଲ କରିବେ। ପରିବାରରେ ଶାନ୍ତି ବଜାୟ ରହିବ। ଶୁଭ ସମାଚାର ମିଳିପାରେ।

ମୀନ: ନିଜର ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ପାଇବେ। ମନ ଖୁସି ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

Related story