୨୩ ଜାନୁଆରୀ, ଶନିବାର: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ

ମେଷ: ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଶ୍ଚିନ୍ତା ବଢ଼ିପାରେ। ଛୋଟ କଥାକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବୃଷ: ଅନ୍ୟମାନଙ୍କ ପାଇଁ ନିଜକୁ ଉତ୍ତର ଦାୟୀ ହେବାକୁ ପଡ଼ିପାରେ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଆୟ ଠାରୁ ବ୍ୟୟ ଅଧିକ ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ। ମିଥୁନ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ସମାଜ ସେବାରେ […]

Daily Horoscope

Jitendra Garnayak
  • Published: Saturday, 23 January 2021
  • , Updated: 23 January 2021, 08:11 AM IST

ମେଷ: ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଶ୍ଚିନ୍ତା ବଢ଼ିପାରେ। ଛୋଟ କଥାକୁ ନେଇ ଚିନ୍ତାଗ୍ରସ୍ତ ହେବେ।

ବୃଷ: ଅନ୍ୟମାନଙ୍କ ପାଇଁ ନିଜକୁ ଉତ୍ତର ଦାୟୀ ହେବାକୁ ପଡ଼ିପାରେ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଆୟ ଠାରୁ ବ୍ୟୟ ଅଧିକ ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

ମିଥୁନ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ସମାଜ ସେବାରେ ମନ ବଳାଇବେ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପାରିବାରିକ ଜୀବନ ଭଲ ରହିବ।

କର୍କଟ: ଯାନ୍ତ୍ରିକ ତୃଟି ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବ। ଅସୁସ୍ଥ ଅନୁଭବ କରିବେ। ଘରୋଇ କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଅପଦସ୍ତ ହେବେ।

ସିଂହ: ଗଠନମୂଳକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ଆପଣଙ୍କ ଉପଦେଶ ଅନ୍ୟମାନଙ୍କର କାମରେ ଲାଗିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।

କନ୍ୟା: ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ସୃଷ୍ଟି କରିବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ହେବେ।

ତୁଳା: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ।

ବିଛା: ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ସୁନାଗହଣା ଆଦି କିଣିବାର ସୁଯୋଗ ପାଇବେ।

ଧନୁ: ବିରୋଧୀଙ୍କ କାର୍ଯ୍ୟକଳାପ ଦେଖି ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ।

ମକର: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପ୍ରତିକାର- ମା’ ଦକ୍ଷିଣକାଳୀଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ।

କୁମ୍ଭ: ପରିବାରରେ ସମସ୍ତେ ଖୁସିରେ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭ ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ।

ମୀନ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିପାରେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

Related story