୨୩ ଜୁଲାଇ, ଶୁକ୍ରବାର: ଆଶା ପୂରଣ ହେବ

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ଜନସମ୍ପର୍କ ସୁଦୃଢ଼ ହେବ। ବୃଷ: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ନୂଆ ଚାକିରି ସୁଯୋଗ ମିଳିପାରେ। ମିଥୁନ: ଉଚ୍ଚପ୍ରଶଂସା ଲାଭ କରିବେ। ଅନେକ ସମସ୍ୟାର ସମାଧାନ ହୋଇପାରେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। କର୍କଟ: ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ସାମ୍ନାକୁ ଆସିବେ ନାହିଁ। ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରଚାର ପ୍ରସାର ଦିଗରେ ଜୋର ଦେବେ। ସିଂହ: ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। […]

india-recived-help-from-for

Jitendra Garnayak
  • Published: Friday, 23 July 2021
  • , Updated: 23 July 2021, 08:01 AM IST

ମେଷ: ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ଜନସମ୍ପର୍କ ସୁଦୃଢ଼ ହେବ।

ବୃଷ: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ନୂଆ ଚାକିରି ସୁଯୋଗ ମିଳିପାରେ।

ମିଥୁନ: ଉଚ୍ଚପ୍ରଶଂସା ଲାଭ କରିବେ। ଅନେକ ସମସ୍ୟାର ସମାଧାନ ହୋଇପାରେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

କର୍କଟ: ଶତ୍ରୁ ଓ ବିରୋଧୀମାନେ ଆପଣଙ୍କ ସାମ୍ନାକୁ ଆସିବେ ନାହିଁ। ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରଚାର ପ୍ରସାର ଦିଗରେ ଜୋର ଦେବେ।

ସିଂହ: ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। କୌଶଳ ପ୍ରୟୋଗ କରି ନିଜ ଆଶା ପୂରଣ କରିବେ।

କନ୍ୟା: ରାଜନୀତିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ସହ ଆଲୋଚନା କରିବା ଉଚିତ୍।

ତୁଳା: ମନ ଶାନ୍ତ ରହିବ। ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ସରକାରୀ କାମରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ।

ଧନୁ: ପରିବାରରେ ହସଖୁସିର ମାହୋଲ ରହିବ। ଶୁଭ ସୂଚନା ମିଳିପାରେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ।

ମକର: ଭାବିଚିନ୍ତି ସବୁ ନିଷ୍ପତ୍ତି ନିଅନ୍ତୁ। ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

କୁମ୍ଭ: ସମାଜରେ ମାନସମ୍ମାନ ବଢ଼ିବ। ଆଶା ପୂରଣ ହେବ। ପରିବାର ଲୋକଙ୍କ ଗହଣରେ ଦିନଟି ବେଶ୍ ଭଲରେ କଟିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଦିଗଟି ସୁଦୃଢ଼ ରହିବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ।

Related story