୨୪ ଜୁଲାଇ, ଶନିବାର: କାହା କଥାରେ ପଡ଼ି କୌଣସି ଭୁଲ୍ କାମ କରିପାରନ୍ତି

ମେଷ: ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ବୃଷ: କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। କାର୍ଯ୍ୟବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ମିଥୁନ: ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। କୌଣସି କାମ କରିବାକୁ ଆଗ୍ରହ ହେବ ନାହିଁ। କର୍କଟ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିବେ। ମନ ଶାନ୍ତ ରହିବ। ସିଂହ: ସାମ୍ବାଦିକମାନେ ସଫଳତା ପାଇବେ। ପରିବାରରେ ସମସ୍ତେ […]

Jagannath

Jitendra Garnayak
  • Published: Saturday, 24 July 2021
  • , Updated: 24 July 2021, 07:51 AM IST

ମେଷ: ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ।

ବୃଷ: କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। କାର୍ଯ୍ୟବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ଭଲ ରହିବ।

ମିଥୁନ: ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। କୌଣସି କାମ କରିବାକୁ ଆଗ୍ରହ ହେବ ନାହିଁ।

କର୍କଟ: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିବେ। ମନ ଶାନ୍ତ ରହିବ।

ସିଂହ: ସାମ୍ବାଦିକମାନେ ସଫଳତା ପାଇବେ। ପରିବାରରେ ସମସ୍ତେ ଖୁସିରେ ରହିବେ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ବ୍ୟବସାୟରେ ଭଲ ଲାଭ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କାହା କଥାରେ ପଡ଼ି କୌଣସି ଭୁଲ୍ କାମ କରିପାରନ୍ତି।

ତୁଳା: ସାଙ୍ଗମାନଙ୍କ ସହିତ ହସଖୁସିରେ ଦିନଟି ବିତାଇବେ। କୌଣସି ଗଠନମୂଳକ କାର୍ଯ୍ୟ ହାତକୁ ନେବେ।
ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

ବିଛା: ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ଯେ କୌଣସିରେ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳ ହେବେ।

ଧନୁ: କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ପୁରାତନ ରୋଗରୁ ମୁକ୍ତି ମିଳିବ।

ମକର: ସ୍ୱାସ୍ଥ୍ୟ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। କ୍ୟାରିୟରରେ ଉନ୍ନତି ହେବ।

କୁମ୍ଭ: ସାମାନ୍ୟ ଚେଷ୍ଟାରେ ହରାଇଥିବା ଧନ ଫେରି ପାଇବେ। କର୍ମକ୍ଷେତ୍ରରେ ଅନ୍ୟମାନେ ଆପଣଙ୍କ ସହଯୋଗ ଲୋଡ଼ି ପାରନ୍ତି।

ମୀନ: ପରିବାର ଲୋକଙ୍କ ସହିତ ସମୟ ବିତାଇବେ। ଆର୍ଥିକ କ୍ଷେତ୍ରଟିକୁ ସୁଦୃଢ଼ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ।

Related story