୨୬ ଅଗଷ୍ଟ, ବୁଧବାର: ପୁରୁଣା ରୋଗର କଷ୍ଟ ପୁଣି ଦେଖାଦେଇପାରେ

ମେଷ: ଶତ୍ରୁ ଓ ବିରୋଧୀଙ୍କ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ। ପୁରୁଣା ରୋଗର କଷ୍ଟ ପୁଣି ଦେଖାଦେଇପାରେ। ଯାତ୍ରା ନ କରି ଘରେ ବିଶ୍ରାମ କରନ୍ତୁ। ବୃଷ: ସନ୍ତାନମାନଙ୍କ ସହ ଖୁସି ମଜାରେ ସମୟ କାଟିବେ। ବନ୍ଧୁଙ୍କ ସହଯୋଗରୁ ଅର୍ଥଲାଭର ସୁଯୋଗ ରହିଛି। ମିଥୁନ: ଶତ୍ରୁତା କରୁଥିବା ଲୋକେ ଧୀରେ ଧୀରେ ଦବିଯିବେ। ଆପଣଙ୍କ ଧୈର୍ଯ୍ୟ ଓ ପରିଶ୍ରମ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଥଣ୍ଡା ସମସ୍ୟା ବଢ଼ିପାରେ। କର୍କଟ: ବୁଝିବିଚାରି ସବୁ କାମ କରନ୍ତୁ। କାହାରି ସହ […]

Daily Horoscope

Jitendra Garnayak
  • Published: Wednesday, 26 August 2020
  • , Updated: 26 August 2020, 08:51 AM IST

ମେଷ: ଶତ୍ରୁ ଓ ବିରୋଧୀଙ୍କ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ। ପୁରୁଣା ରୋଗର କଷ୍ଟ ପୁଣି ଦେଖାଦେଇପାରେ। ଯାତ୍ରା ନ କରି ଘରେ ବିଶ୍ରାମ କରନ୍ତୁ।

ବୃଷ: ସନ୍ତାନମାନଙ୍କ ସହ ଖୁସି ମଜାରେ ସମୟ କାଟିବେ। ବନ୍ଧୁଙ୍କ ସହଯୋଗରୁ ଅର୍ଥଲାଭର ସୁଯୋଗ ରହିଛି।

ମିଥୁନ: ଶତ୍ରୁତା କରୁଥିବା ଲୋକେ ଧୀରେ ଧୀରେ ଦବିଯିବେ। ଆପଣଙ୍କ ଧୈର୍ଯ୍ୟ ଓ ପରିଶ୍ରମ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଥଣ୍ଡା ସମସ୍ୟା ବଢ଼ିପାରେ।

କର୍କଟ: ବୁଝିବିଚାରି ସବୁ କାମ କରନ୍ତୁ। କାହାରି ସହ ଅଯଥାରେ ଝଗଡ଼ା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

ସିଂହ: ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିବାର ଯୋଜନା କରିପାରନ୍ତି। ବିଳମ୍ବ ହେଲେ ମଧ୍ୟ ଧନ ପ୍ରାପ୍ତି ହୋଇପାରେ। ଉତ୍ତମ ଖାଦ୍ୟପେୟ ସହ ଅତିଥି ଚର୍ଚ୍ଚାରେ ଆନନ୍ଦ ଲାଭ କରିବେ।

କନ୍ୟା: କିଛି ସୁସମ୍ବାଦ ପ୍ରାପ୍ତି ହେବ। ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କାହା ସହ ମତଭେଦ ହୋଇପାରେ।

ତୁଳା: ପ୍ରତି କ୍ଷେତ୍ରରୁ ସାହାଯ୍ୟ ପାଇବେ। ଧନ ସୁଖ ସହ ପାରିବାରିକ ସୁଖ ପ୍ରାପ୍ତି ହେବ। ମିଠା କଥାରେ ସମସ୍ତଙ୍କୁ ମୋହିତ କରିବେ।

ବିଛା: ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅନ୍ୟମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରନ୍ତୁ। ଆଜି ମଥାରେ ଚନ୍ଦନ ଲଗାନ୍ତୁ। ଏହା ଦ୍ୱାରା ସୁଫଳ ମିଳିବ।

ଧନୁ: ଅଫିସ୍‌ରେ ଉଚ୍ଚକର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ। ପରିବାରରେ କୌଣସି କଥାକୁ ନେଇ କାହା ସହ ଝଗଡ଼ା ହୋଇପାରେ। ତେବେ ଅପରାହ୍ଣ ପରେ ସ୍ଥିତିରେ ସୁଧାର ଆସିବ।

ମକର: ପ୍ରତି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟବସାୟରେ ଲାଭ ବଢ଼ିବ। କାହାର ସ୍ୱାସ୍ଥ୍ୟ ସମସ୍ୟା ମନକୁ ଦୁର୍ବଳ କରିପାରେ।

କୁମ୍ଭ: ସବୁ କାର୍ଯ୍ୟର ତଦାରଖ ଓ ହିସାବରେ ସମୟ ବିତିବ। କର୍ମକ୍ଷେତ୍ରରେ ଯୁବ ସୁଲଭ ଗୁଣ ଦ୍ୱାରା ଅନ୍ୟଙ୍କୁ ପ୍ରଭାବିତ କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମୀନ: ଅନ୍ୟମାନଙ୍କୁ ଯେତେ ଭଲ ଦୃଷ୍ଟିରେ ଦେଖିଲେ ମଧ୍ୟ ସେମାନଙ୍କ ଠାରୁ ସେଭଳି କିଛି ସାହାଯ୍ୟ ପାଇବେ ନାହିଁ। ସବୁ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି ବନ୍ଧୁଙ୍କୁ ନେଇ ଚିନ୍ତିତ ରହିବେ।

Related story