ଜୁନ୍ ୨୮, ରବିବାର: ଅର୍ଥ ଚିନ୍ତା ଲାଗିରହିବ

ମେଷ: ବନ୍ଧୁଙ୍କ ଗହଣରେ ରହି ପରାକ୍ରମୀ ହେବେ। ଶତ୍ରୁ ଦମନ କରିବାରେ ସଫଳ ହେବେ। ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳିପାରେ। ବୃଷ: ସନ୍ତାନମାନଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ଭାବପ୍ରବଣତା ଯୋଗୁ ସଠିକ୍ ବିଚାର କରିବାରେ ଅସମର୍ଥ ହେବେ। ପାଖ ପଡ଼ୋଶୀମାନେ ଭରପୂର ଫାଇଦା ଉଠାଇବେ। ମିଥୁନ: ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ। ଶତ୍ରୁମାନେ ପରାଜିତ ହେବେ। କର୍କଟ: ପ୍ରତିଟି କାର୍ଯ୍ୟ ଯୋଜନା ମୁତାବକ ସଂପାଦନ ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ସମ୍ମାନିତ […]

rashi5

Jitendra Garnayak
  • Published: Sunday, 28 June 2020
  • , Updated: 28 June 2020, 07:47 AM IST

ମେଷ: ବନ୍ଧୁଙ୍କ ଗହଣରେ ରହି ପରାକ୍ରମୀ ହେବେ। ଶତ୍ରୁ ଦମନ କରିବାରେ ସଫଳ ହେବେ। ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳିପାରେ।

ବୃଷ: ସନ୍ତାନମାନଙ୍କୁ ନେଇ ଚିନ୍ତିତ ହୋଇପାରନ୍ତି। ଭାବପ୍ରବଣତା ଯୋଗୁ ସଠିକ୍ ବିଚାର କରିବାରେ ଅସମର୍ଥ ହେବେ। ପାଖ ପଡ଼ୋଶୀମାନେ ଭରପୂର ଫାଇଦା ଉଠାଇବେ।

ମିଥୁନ: ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ। ଶତ୍ରୁମାନେ ପରାଜିତ ହେବେ।

କର୍କଟ: ପ୍ରତିଟି କାର୍ଯ୍ୟ ଯୋଜନା ମୁତାବକ ସଂପାଦନ ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ସମ୍ମାନିତ ହେବାର ସୁଯୋଗ ରହିଛି।

ସିଂହ: ନିବେଶ ବୃଦ୍ଧି କରିବାକୁ ଯୋଜନା କରିପାରନ୍ତି। ଗୃହ ଖର୍ଚ୍ଚ ବଢ଼ିବ। ଅନ୍ୟମାନଙ୍କୁ ଦେଇଥିବା କଥା ରକ୍ଷା କରିବେ।
ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ।

କନ୍ୟା: ମିଳିଥିବା ଲାଭରେ ଅନ୍ୟ କେହି ଭାଗ ନେବାକୁ ଚେଷ୍ଟା କରିବେ। ବନ୍ଧୁ ଓ ପରିବାର ଲୋକଙ୍କ ସମର୍ଥନ ମିଳିବ।
ପଡ଼ୋଶୀଙ୍କୁ ନେଇ ଚିନ୍ତା ବଢ଼ିପାରେ।

ତୁଳା: ବାକି ପଡ଼ିଥିବା କାମ ଶେଷ କରିବା ପାଇଁ ଚେଷ୍ଟା କରିବେ। ହଠାତ୍‌ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅର୍ଥ ଚିନ୍ତା ଲାଗିରହିବ।

ବିଛା: ପ୍ରଚଣ୍ଡ ବୌଦ୍ଧିକ ଶକ୍ତିର ପରିଚୟ ଦେବେ। ଆଦର ଓ ସମ୍ମାନର ଅଧିକାରୀ ହେବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ଧନୁ: ପରିବାରରେ ଖୁସି ବଜାୟ ରହିବ। ରାସ୍ତାରେ ଯା’ଆସ ବେଳେ ସତର୍କତା ଅବଲମ୍ବନ କରନ୍ତୁ। କାହାରିକୁ କଡ଼ା କଥା କୁହନ୍ତୁ ନାହିଁ।

ମକର: ପରିସ୍ଥିତି କେତେକାଂଶରେ ନିୟନ୍ତ୍ରଣରେ ରହିବ। ପରିଶ୍ରମ ଅନୁସାରେ ଫଳ ମିଳିବ। ଭୁଲ୍ ବୁଝୁଥିବା ଲୋକଙ୍କ ମନରେ ପରିବର୍ତ୍ତନ ଆସିବ।

କୁମ୍ଭ: ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମୀନ: ଆପଣଙ୍କ ଇଚ୍ଛାରେ ସମୟ ଅତିବାହିତ କରିବେ। ପ୍ରତି କ୍ଷେତ୍ରରୁ ଆଦର ଓ ସମ୍ମାନ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

Related story