୨୮ ମେ’, ଶୁକ୍ରବାର: ସବୁ କାର୍ଯ୍ୟରେ ସଫଳତା ମିଳିବ

ମେଷ: କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ପରିବାରର ଆବଶ୍ୟକତା ପୂରଣ କରିବାକୁ ଯାଇ ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି। ବୃଷ: କୌଣସି ଜରୁରୀ କାର୍ଯ୍ୟକୁ ସଂପନ୍ନ କରିବାରେ ସଫଳ ହେବେ। ଯାହାର ବେଶି ଉପକାର କରିଥିବେ ତା’ ଦ୍ୱାରା ଅଧିକ ଆଘାତ ପାଇବେ। ମିଥୁନ: ଅସୁସ୍ଥ ଅନୁଭବ କରିବେ। ଭାଇମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଦୁଃସାହାସିକ ପଦକ୍ଷେପ ନେଇ ସଫଳ ହେବେ। କର୍କଟ: ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା […]

covid19

Jitendra Garnayak
  • Published: Friday, 28 May 2021
  • , Updated: 28 May 2021, 07:40 AM IST

ମେଷ: କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ପରିବାରର ଆବଶ୍ୟକତା ପୂରଣ କରିବାକୁ ଯାଇ ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି।

ବୃଷ: କୌଣସି ଜରୁରୀ କାର୍ଯ୍ୟକୁ ସଂପନ୍ନ କରିବାରେ ସଫଳ ହେବେ। ଯାହାର ବେଶି ଉପକାର କରିଥିବେ ତା’ ଦ୍ୱାରା ଅଧିକ ଆଘାତ ପାଇବେ।

ମିଥୁନ: ଅସୁସ୍ଥ ଅନୁଭବ କରିବେ। ଭାଇମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଦୁଃସାହାସିକ ପଦକ୍ଷେପ ନେଇ ସଫଳ ହେବେ।

କର୍କଟ: ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସୁଖସମୃଦ୍ଧି ବୃଦ୍ଧିହେବ।

ସିଂହ: ସରକାରୀ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଧର୍ମକାର୍ଯ୍ୟ ପ୍ରତି ମନ ବଳାଇ ମାନସିକ ଶାନ୍ତି ଲାଭ କରିବେ। ତରବରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ।

କନ୍ୟା: ନୂତନ ଦିଗଦର୍ଶନ ପାଇ ବ୍ୟବସାୟରେ ସଫଳତା ଅର୍ଜନ କରିବେ। ଧନ ଉପାର୍ଜନ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି।

ତୁଳା: ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସମସ୍ତଙ୍କ ସହଯୋଗ ପ୍ରାପ୍ତି ହେବ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

ବିଛା: କାର୍ଯ୍ୟବ୍ୟସ୍ତ ରହିବେ। ଅଧିକ ଧାଁଦଉଡ଼ କରିବାକୁ ପଡ଼ିବ। ଅଫିସ୍‌ରେ ନିଜ କର୍ତ୍ତବ୍ୟ କରି ପ୍ରଶଂସିତ ହେବେ।

ଧନୁ: ଉଚ୍ଚ ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ।

ମକର: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସରକାରୀ କର୍ମଚାରୀ କଠିନ ପରିଶ୍ରମ କରି ସମ୍ମାନିତ ହେବେ।

କୁମ୍ଭ: ଶୁଭ ସମ୍ବାଦ ପାଇବେ। ଜମିବାଡ଼ି ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଯିବ। ଘର ଲୋକଙ୍କ ସହିତ ସମୟ ବିତାଇବେ।

ମୀନ: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡ଼ିବେ।

Related story