୨୯ ମେ’, ଶନିବାର: ଭୁଲ କାମରେ ଫସି ଯିବେ

ମେଷ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ବୃଷ: ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କଠିନ ପରିଶ୍ରମ କରି ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ରାସ୍ତାରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। ମିଥୁନ: କୌଣସି ଖୁସ ଖବର ପାଇବେ। ଋଣ ପରିଶୋଧ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ବୃତ୍ତିଗତ କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ। […]

Naveen Pattnaik

Jitendra Garnayak
  • Published: Saturday, 29 May 2021
  • , Updated: 29 May 2021, 07:49 AM IST

ମେଷ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ନିର୍ମାଣାଧୀନ କାର୍ଯ୍ୟ ସଂପନ୍ନ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କଠିନ ପରିଶ୍ରମ କରି ଉଚ୍ଚ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ରାସ୍ତାରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: କୌଣସି ଖୁସ ଖବର ପାଇବେ। ଋଣ ପରିଶୋଧ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ବୃତ୍ତିଗତ କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଶାନ୍ତି ବଜାୟ ରହିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।

ସିଂହ: କୌଣସି ପ୍ରସଙ୍ଗକୁ ନେଇ ଅଫିସ୍‌ରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫସିଯିବେ।

କନ୍ୟା: ଲୋକସମ୍ପର୍କ ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ। ଅଫିସ୍‌ରେ ଅଧିକ ଦାୟିତ୍ୱ ମିଳିବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପାରନ୍ତି।

ତୁଳା: ମାନସମ୍ମାନ ବଢ଼ିବ। ଶରୀର ସୁସ୍ଥ ରହିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ ଓ ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ।

ବିଚ୍ଛା: ଶତ୍ରୁ ପରାଜିତ ହେବେ। ଦାମ୍ପତ୍ୟ ଜୀବନ ସୁଖରେ ଭରିଯିବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି।

ଧନୁ: କୌଣସି ଶୁଭ ଖବର ପାଇ ଖୁସି ହେବେ। ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷ ମିଳିଯିବ। ପଢ଼ାପଢ଼ିରେ ମନ ଦେବେ।

ମକର: ମାନସମ୍ମାନ ବୃଦ୍ଧି ହେବ। ଶତ୍ରୁମାନେ ଆପଣଙ୍କ ପାଖ ମାଡ଼ିବେ ନାହିଁ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକର ସମାଧାନ ହେବ।

କୁମ୍ଭ: ପୁରାତନ ରୋଗରୁ ଉପଶମ ମିଳିବ। ସୁସ୍ଥ ଅନୁଭବ କରିବେ। ଘର ଲୋକଙ୍କ ସହିତ ସମୟ ବିତାଇବେ।

ମୀନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଅର୍ଥପ୍ରାପ୍ତି ହେବ। ସୁସ୍ୱାଦୁ ଭୋଜନ କରିବେ। ଯାତ୍ରା କରନ୍ତୁ ନାହିଁ।

Related story