୨ ଜୁଲାଇ, ଶୁକ୍ରବାର: କର୍ମକ୍ଷେତ୍ରରେ ସଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ

ମେଷ: ଜଗିରଖି ଚଳନ୍ତୁ। ସମ୍ପର୍କୀୟଙ୍କ ସହ ଝଗଡ଼ା ଯୋଗୁ ମନ ଭାରାକ୍ରାନ୍ତ ହୋଇପାରେ। ବକେୟା ଅର୍ଥ ହସ୍ତଗତ ହେବ। ବୃଷ: ଯେକୌଣସି ପରିସ୍ଥିତିରେ ବି ବୁଦ୍ଧି ଖଟାଇ କାମ ହାସଲ କରିନେବେ। ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରି ପ୍ରଶଂସିତ ହେବେ। ମିଥୁନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ। କର୍କଟ: ହସଖୁସିରେ ଦିନଟି କଟିବ। କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। କୌଣସି ପୂର୍ବ ସମସ୍ୟାର ସରଳ […]

Gyms

Jitendra Garnayak
  • Published: Friday, 02 July 2021
  • , Updated: 02 July 2021, 07:57 AM IST

ମେଷ: ଜଗିରଖି ଚଳନ୍ତୁ। ସମ୍ପର୍କୀୟଙ୍କ ସହ ଝଗଡ଼ା ଯୋଗୁ ମନ ଭାରାକ୍ରାନ୍ତ ହୋଇପାରେ। ବକେୟା ଅର୍ଥ ହସ୍ତଗତ ହେବ।

ବୃଷ: ଯେକୌଣସି ପରିସ୍ଥିତିରେ ବି ବୁଦ୍ଧି ଖଟାଇ କାମ ହାସଲ କରିନେବେ। ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରି ପ୍ରଶଂସିତ ହେବେ।

ମିଥୁନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ।

କର୍କଟ: ହସଖୁସିରେ ଦିନଟି କଟିବ। କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। କୌଣସି ପୂର୍ବ ସମସ୍ୟାର ସରଳ ସମାଧାନ କରିବେ।

ସିଂହ: ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ଅପରାହ୍ଣରେ ଶୁଭଖବର ପାଇ ଖୁସି ହେବେ। ଭାଇଙ୍କ ସହ ସଂପର୍କ ଦୃଢ଼ ହେବ।

କନ୍ୟା: କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ଜୀବନ ସାଥୀଙ୍କ ସହଯୋଗ ପାଇବେ। ମନୋବଳ ଦୃଢ଼ ରହିବ।

ତୁଳା: ଅସୁସ୍ଥ ଅନୁଭବ କରିବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ନେଇ ଆଲୋଚନା ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ।

ବିଛା: ବହୁ ଦିନର ଆଶା ପୂରଣ ହେବ। ପୂର୍ବ ଅପେକ୍ଷା ଆୟ ବଢ଼ିବ। ଦିନଟି ଭଲରେ କଟିବ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଆପଣଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ କୌଣସି ବନ୍ଧୁ ସହାୟତା କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି।

ମକର: ସାଧାରଣ କଥାକୁ ନେଇ ପରିବାରରେ ଭୁଲ୍ ବୁଝାମଣା ହୋଇପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି।

କୁମ୍ଭ: ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇଁ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଆୟ ତୁଳନାରେ ବ୍ୟୟ ବଢ଼ିବ। ଆଜି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ମୀନ: ଦୁର୍ବଳ ଅନୁଭବ କରିବେ। କାମ କରିବାକୁ ଆଗ୍ରହ ହେବ ନାହିଁ। କର୍ମକ୍ଷେତ୍ରରେ ସଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ।

Related story