୨ ମେ’, ରବିବାର: ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ

ମେଷ: ପାରିବାରିକ ଜୀବନ ଭଲ ରହିବ। ପୂର୍ବରୁ ଥିବା ମତାନ୍ତର ଦୂର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ବୃଷ: ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ। ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅର୍ପଣ କରନ୍ତୁ। ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। ସହକର୍ମୀ ଓ ଭାଇଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। […]

Horoscope

Jitendra Garnayak
  • Published: Sunday, 02 May 2021
  • , Updated: 02 May 2021, 09:33 AM IST

ମେଷ: ପାରିବାରିକ ଜୀବନ ଭଲ ରହିବ। ପୂର୍ବରୁ ଥିବା ମତାନ୍ତର ଦୂର ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ।

ବୃଷ: ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ। ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅର୍ପଣ କରନ୍ତୁ।

ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। ସହକର୍ମୀ ଓ ଭାଇଭଉଣୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।

କର୍କଟ: ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତାନ୍ତର ହୋଇପାରେ।

ସିଂହ: ମନ ଅସ୍ଥିର ରହିବ। ତେବେ କର୍ମକ୍ଷେତ୍ରରେ ସଫଳତା ମିଳିବ। ସମ୍ମାନିତ ହୋଇପାରନ୍ତି। ଆଜି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

କନ୍ୟା: ଆଜି ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।

ତୁଳା: ଅର୍ଥଲାଭ ହେବ। କୌଣସି ସମସ୍ୟାର ସମାଧାନ ହୋଇଯାଇପାରେ। ସନ୍ତାନସନ୍ତତିଙ୍କ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

ବିଛା: କୌଣସି ସମ୍ପର୍କୀୟଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପରିବାରରେ ଅଶାନ୍ତି ଦେଖାଦେଇପାରେ। ଅଧିକ କଥା ନ କହି ଚୁପ୍ ରହିଲେ ଭଲ ହେବ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିବ। କିନ୍ତୁ ଚତୁରତାର ସହ ତା’ର ସାମ୍ନା କରିପାରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଆତ୍ମୀୟଙ୍କ ଗହଣରେ ଦିନଟିକୁ ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବା ଯୋଗୁ ମନ ଉଦାସ ରହିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ପ୍ରତିକାର- ମା’ କାଳୀଙ୍କୁ ଦର୍ଶନ କରନ୍ତୁ ଓ ତାଙ୍କ ପାଖରେ ସାତଟି ନୀଳ ଅପରାଜିତା ଫୁଲ ଚଢ଼ାନ୍ତୁ।

ମୀନ: ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ହେବେ। ବସ୍ତ୍ର ଓ ସୁନା ଅଳଙ୍କାର ପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରେ ବାଧା ଦେଇପାରିବେ ନାହିଁ।

Related story