୪ ଜାନୁଆରୀ, ସୋମବାର: ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହ ବିବାଦ ହୋଇପାରେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଠାରୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ପ୍ରତିକାର– ମା’ ଦୁର୍ଗାଙ୍କୁ ଲାଲ୍ ସିନ୍ଦୂର ଚଢ଼ାନ୍ତୁ ଓ ମା’ଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ। ବୃଷ: ପରିବାରରେ ସୁଖଶାନ୍ତି ଅତୁଟ ରହିବ। ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ। ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ। ପ୍ରତିକାର– ଶ୍ୱେତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ। […]

Daily Horoscope

Jitendra Garnayak
  • Published: Monday, 04 January 2021
  • , Updated: 04 January 2021, 07:57 AM IST

ମେଷ: ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହ ବିବାଦ ହୋଇପାରେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଠାରୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ପ୍ରତିକାର- ମା’ ଦୁର୍ଗାଙ୍କୁ ଲାଲ୍ ସିନ୍ଦୂର ଚଢ଼ାନ୍ତୁ ଓ ମା’ଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ।

ବୃଷ: ପରିବାରରେ ସୁଖଶାନ୍ତି ଅତୁଟ ରହିବ। ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ। ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ। ପ୍ରତିକାର- ଶ୍ୱେତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ।

ମିଥୁନ: କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର- ଶ୍ରୀ ଗଣେଶଙ୍କ ପାଖରେ ସାତଟି ପାନପତ୍ର ଚଢ଼ାନ୍ତୁ ଓ ସାତଟି ରାଶି ଲଡୁ ଭୋଗଲାଗି କରନ୍ତୁ।

କର୍କଟ: ଆପଣଙ୍କ ନାଁରେ କେହି ମିଥ୍ୟା ଅଭିଯୋଗ ଆଣିପାରନ୍ତି। ତେଣୁ ଜଗିରଖି ଚଳନ୍ତୁ। ଛୋଟ ଛୋଟ କଥାରେ ମିତ୍ରମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ମିଷ୍ଟାନ୍ନ ଦାନ କରନ୍ତୁ।

ସିଂହ: କୌଣସି ନୂତନ ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି। ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ପ୍ରତିକାର- ରକ୍ତ ଚନ୍ଦନର ଟୀକା ମଥାରେ ଲଗାନ୍ତୁ।

କନ୍ୟା: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଫଳରେ ମନ ପ୍ରଫୁଲ୍ଲ ରହିବ। ମହିଳାମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସା ମିଳିବ। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ। ପ୍ରତିକାର- ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ।

ତୁଳା: କୌଣସି ଜରୁରୀ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସମ୍ପୂର୍ଣ୍ଣ ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ପ୍ରତିକାର- ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ବିଛା: ନୃତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ। ଜନକଲ୍ୟାଣମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇ ଉପକୃତ ହେବେ। ପ୍ରତିକାର- ଗାଈକୁ କିଛି ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ।

ଧନୁ: ଗୁପ୍ତଶତ୍ରୁଙ୍କ ଭୟ ମନରେ ଆଶଙ୍କା ସୃଷ୍ଟି କରିବ। ଅପ୍ରିୟ ସତ୍ୟକଥା କୁହନ୍ତୁ ନାହଁ, ନତେଚ୍ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ। ଯେଉଁ ମାନଙ୍କୁ ସାହାଯ୍ୟ କରିଥିଲେ, ସେମାନେ ଶତ୍ରୁ ସଦୃଶ ଆଚରଣ କରିବେ। ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ସାତଟି ତୁଳସୀ ମଞ୍ଜରୀ ଚଢ଼ାନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ମକର: ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି। ଆର୍ଥିକ ସମସ୍ୟା ଓ ପାରିବାରିକ ଅଶାନ୍ତି ମନକୁ ବ୍ୟଥିତ କରିବ। ପ୍ରତିକାର- ଅଶ୍ୱତ୍‌ଥ ଗଛ ମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ ଓ ଗଛ ଚାରିପଟେ ସାତଥର ବୁଲନ୍ତୁ।

କୁମ୍ଭ: ନିଜସ୍ୱ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମୀନ: ଗୁପ୍ତଶତ୍ରୁମାନଙ୍କର ଷଡ଼ଯନ୍ତ୍ର ବିଫଳ ହେବ। ତେଣୁ ମନ ଖୁସି ରହିବ। ବିଳମ୍ବ ହେଲେ ମଧ୍ୟ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ପ୍ରତିକାର- ସାତଟି ଚକୋଲେଟ୍ ସାତ ଜଣ ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

Related story