୫ ଅଗଷ୍ଟ, ଗୁରୁବାର: ଶୁଭ ସମାଚାର ମିଳିବ

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ପାରିବାରିକ ଜୀବନ ଭଲ ରହିବ। ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଛି। ବୃଷ: କମ୍ ପରିଶ୍ରମରେ ଅଧିକ ପାରିଶ୍ରମିକ ମିଳିବ। ଧନଲାଭ ହେବ। ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଶୁଭ ସମାଚାର ମିଳିବ। ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବା ଫଳରେ ମନ ପ୍ରସନ୍ନ ରହିବ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। କର୍କଟ: ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି […]

Haidar

Jitendra Garnayak
  • Published: Thursday, 05 August 2021
  • , Updated: 05 August 2021, 07:56 AM IST

ମେଷ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ପାରିବାରିକ ଜୀବନ ଭଲ ରହିବ। ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଛି।

ବୃଷ: କମ୍ ପରିଶ୍ରମରେ ଅଧିକ ପାରିଶ୍ରମିକ ମିଳିବ। ଧନଲାଭ ହେବ। ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଶୁଭ ସମାଚାର ମିଳିବ। ପିଲାଦିନର ମିତ୍ରମାନଙ୍କ ସହ ସାକ୍ଷାତ ହେବା ଫଳରେ ମନ ପ୍ରସନ୍ନ ରହିବ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ: ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ପିତାମାତାଙ୍କ ଆଶୀର୍ବାଦ ମିଳିବ।

ସିଂହ: ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ବଜାୟ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ।

କନ୍ୟା: କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ପାଇଁ ସମର୍ଥ ହେବେ।

ତୁଳା: ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଅପରାହ୍ନରେ କୌଣସି ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ।

ବିଛା: ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ଓ ସମ୍ମାନ ପାଇବେ। ସୁସ୍ୱାଦୁ ଭୋଜନ ମିଳିବ।

ଧନୁ: ମାନସିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ମକର: ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ମଧ୍ୟାହ୍ଣରେ କୌଣସି ଶୁଭ ସମାଚାର ମିଳିପାରେ।

କୁମ୍ଭ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାନସମ୍ମାନ ବୃଦ୍ଧି ପାଇବ।

ମୀନ: ଅସୁସ୍ଥ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ଯେଉଁ ମାନଙ୍କୁ ସାହାଯ୍ୟ କରିଥିବେ ସେମାନେ ପରୋକ୍ଷରେ ବିରୋଧ କରିପାରନ୍ତି।

Related story