୭ ଜୁନ୍, ସୋମବାର: ଆୟ ତୁଳନାରେ ବ୍ୟୟ ଅଧିକ ହେବ

ମେଷ: ମାନସମ୍ମାନ ମିଳିବ। ଋଣ ପରିଶୋଧ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସାହାଯ୍ୟ କରିବେ। ବୃଷ: ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ମାନସିକ ଶାନ୍ତି ମିଳିବ। ପରିବାରରେ ସବୁ ଠିକ୍‌ଠାକ୍ ରହିବ। କର୍କଟ: ସବୁ ଦିଗରୁ ସଫଳତା ମିଳିବ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ସିଂହ: ପାରିବାରିକ ସମସ୍ୟା ଦୂର ହେବ। […]

google-facebook

Jitendra Garnayak
  • Published: Monday, 07 June 2021
  • , Updated: 07 June 2021, 10:51 AM IST

ମେଷ: ମାନସମ୍ମାନ ମିଳିବ। ଋଣ ପରିଶୋଧ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସାହାଯ୍ୟ କରିବେ।

ବୃଷ: ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ।

ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ମାନସିକ ଶାନ୍ତି ମିଳିବ। ପରିବାରରେ ସବୁ ଠିକ୍‌ଠାକ୍ ରହିବ।

କର୍କଟ: ସବୁ ଦିଗରୁ ସଫଳତା ମିଳିବ। ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ।

ସିଂହ: ପାରିବାରିକ ସମସ୍ୟା ଦୂର ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକେ କିଛି ଭଲ ଖବର ପାଇପାରନ୍ତି।

କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ।

ତୁଳା: ପରିବାରରେ ସୁଖଶାନ୍ତି ଅତୁଟ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବୁଝିବିଚାରି ସବୁ କାର୍ଯ୍ୟ କରନ୍ତୁ।

ବିଛା: ସନ୍ତାନସନ୍ତତିଙ୍କୁ ନେଇ ଶୁଭ ଖବର ଶୁଣିବେ। ଜନସେବା କରି ପ୍ରଶଂସିତ ହେବେ। ସାମାନ୍ୟ ଚେଷ୍ଟାରେ ଜମିଜମା ବିବାଦର ସମାଧାନ ହୋଇଯିବ।

ଧନୁ: ମାନସମ୍ମାନ ମିଳିବ। ନିଜର ବୁଦ୍ଧି ଓ ବିବେକ ଅନୁଯାୟୀ କାମ କରନ୍ତୁ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

ମକର: ଦିନଟି ଅନୁକୂଳ ରହିବ। ମନମୁତାବକ କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଭବିଷ୍ୟତ ପାଇଁ କରିଥିବା ଯୋଜନାରେ ନିବେଶ କରିବେ।

କୁମ୍ଭ: ଦେଖିଚାହିଁ ଚଳନ୍ତୁ। କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ଭାଇମାନଙ୍କ ସହିତ ବିବାଦ ହୋଇପାରେ।

ମୀନ: ଭଲ କାର୍ଯ୍ୟ କରି ପ୍ରଶଂସିତ ହେବେ। ବିରୋଧୀମାନେ କିଛି କ୍ଷତି ଘଟାଇ ପାରିବେ ନାହିଁ। ଆୟ ବଢ଼ିବ।

Related story