୯ ଅଗଷ୍ଟ, ସୋମବାର: କର୍ମକ୍ଷେତ୍ରରେ ସଫଳତା ମିଳିବ

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ଭ୍ରମଣ ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ମିଥୁନ: ଅପ୍ରିୟସତ୍ୟ କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଜଗି ରଖି କଥାବାର୍ତ୍ତା କରନ୍ତୁ। ପରିବାରର ବ୍ୟୟ ବୃଦ୍ଧି ପାଇବ। ତରବରିଆ ଭାବେ କୌଣସି କାମ କଲେ […]

MOH

Jitendra Garnayak
  • Published: Monday, 09 August 2021
  • , Updated: 09 August 2021, 07:41 AM IST

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ଭ୍ରମଣ ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ।

ବୃଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ।

ମିଥୁନ: ଅପ୍ରିୟସତ୍ୟ କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଜଗି ରଖି କଥାବାର୍ତ୍ତା କରନ୍ତୁ। ପରିବାରର ବ୍ୟୟ ବୃଦ୍ଧି ପାଇବ। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି।

କର୍କଟ: ଆର୍ଥିକ ଅଭିବୃଦ୍ଧି ଘଟିବ। ଅଫିସ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିବେ। ସବୁ କାର୍ଯ୍ୟ ଭଲରେ ସଂପନ୍ନ ହେବ।

ସିଂହ: ଅଟକି ରହିଥିବା କାର୍ଯ୍ୟକୁ ସଂପନ୍ନ କରିବାରେ ସଫଳ ହେବେ। ବକେୟା ଅର୍ଥ ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଆପଣାଇବାକୁ ପଡ଼ିବ। ତରବର ହୋଇ କୌଣସି କାମ କରନ୍ତୁ ନାହିଁ।

କନ୍ୟା: କାହା ସହିତ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା ପୂରଣ ନ ହେବାରୁ ମନ ଭଲ ରହିବ ନାହିଁ। କୌଣସି କାମ ପାଇଁ ସମାଜରେ ସମାଲୋଚିତ ହୋଇପାରନ୍ତି।

ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ। ଆପୋଷ ବୁଝାମଣା ଦ୍ୱାରା କୌଣସି ସମସ୍ୟାର ସରଳ ସମାଧାନ ହୋଇଯାଇପାରେ।

ବିଛା: ପାରିବାରିକ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ। ଆଶା କରୁଥିବା ଦିଗରୁ ସଫଳତା ମିଳିବ। ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡ଼ା ଦେଖାଦେଇପାରେ।

ଧନୁ: ସବୁ କାମ ସୁବିଧାରେ ସମ୍ପନ୍ନ ହୋଇଯିବ। ବାକି ପଡ଼ିଥିବା ଅର୍ଥ ହସ୍ତଗତ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

ମକର: ସବୁ କାର୍ଯ୍ୟ ପୂର୍ବ ଯୋଜନା ଅନୁଯାୟୀ ହେବ। ପ୍ରତ୍ୟେକ କ୍ଷେତ୍ରରେ ଉପକୃତ ହେବେ। ଦୂରଯାତ୍ରା କରିପାରନ୍ତି।

କୁମ୍ଭ: ଦେବ ଦର୍ଶନ ସକାଶେ ମନ ବଳାଇପାରନ୍ତି। ଖାଦ୍ୟପେୟରେ ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପୁତ୍ରକନ୍ୟାଙ୍କ କାର୍ଯ୍ୟକୁ ନେଇ ମନ ଭାରାକ୍ରାନ୍ତ ରହିବ।

ମୀନ: ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ରାସ୍ତାରେ ଗଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

Related story