୨୮ ନଭେମ୍ବର,ଶନିବାର:ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ

ମେଷ: ବିଳାସ ବ୍ୟସନରେ ଜୀବନ ବିତାଇବାକୁ ଇଚ୍ଛା ହେବ। ବ୍ୟବସାୟରେ ଭଲ ଲାଭ ହେବ। କଳାତ୍ମକ ଏବଂ ରଚନାତ୍ମକ ଦିଗ ବିକଶିତ ହେବା ସହ ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ବୃଷ: ପରିଶ୍ରମ ଅନୁସାରେ ଫଳ କମିଯିବ। ପଡ଼ୋଶୀମାନେ ଦୂରେଇ ଯିବେ। ତେଣୁ ମନ ଉଦାସ ରହିବ। ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ଚକ୍ଷୁର ଯତ୍ନ ନିଅନ୍ତୁ। ମିଥୁନ: ଯାହା ଚାହିଁବେ ତାହା ପାଇବେ। ସାମଗ୍ରିକ ଦୃଷ୍ଟିରୁ ଦିନଟି ଯଥେଷ୍ଟ ଶୁଭଫଳ ଦେବ। ଆର୍ଥିକ ସ୍ଥିତି […]

hhhhhhhhhhhhhh

Tapaswini Nayak
  • Published: Saturday, 28 November 2020
  • , Updated: 28 November 2020, 08:03 AM IST

ମେଷ: ବିଳାସ ବ୍ୟସନରେ ଜୀବନ ବିତାଇବାକୁ ଇଚ୍ଛା ହେବ। ବ୍ୟବସାୟରେ ଭଲ ଲାଭ ହେବ। କଳାତ୍ମକ ଏବଂ ରଚନାତ୍ମକ ଦିଗ ବିକଶିତ ହେବା ସହ ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ।

ବୃଷ: ପରିଶ୍ରମ ଅନୁସାରେ ଫଳ କମିଯିବ। ପଡ଼ୋଶୀମାନେ ଦୂରେଇ ଯିବେ। ତେଣୁ ମନ ଉଦାସ ରହିବ। ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ଚକ୍ଷୁର ଯତ୍ନ ନିଅନ୍ତୁ।

ମିଥୁନ: ଯାହା ଚାହିଁବେ ତାହା ପାଇବେ। ସାମଗ୍ରିକ ଦୃଷ୍ଟିରୁ ଦିନଟି ଯଥେଷ୍ଟ ଶୁଭଫଳ ଦେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଉତ୍ତମ ଖାଦ୍ୟ ପ୍ରାପ୍ତି ହେବ।

କର୍କଟ: କୌଣସି ସୌଖୀନ ଦ୍ରବ୍ୟ କ୍ରୟ କରିବେ। ଉତ୍ତମ ଆ଼ୟ ସହ ପାରିବାରିକ ସୁଖ ଓ ବନ୍ଧୁମିଳନରୁ ଆନନ୍ଦିତ ହେବେ।

ସିଂହ: ସମାଜର ମଙ୍ଗଳ ପାଇଁ ପ୍ରୟାସ କରିବେ। ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇବେ। କିନ୍ତୁ ସମାଜରୁ ଉଚିତ ସମ୍ମାନ ପାଇ ନପାରନ୍ତି।

କନ୍ୟା: ଘରକୁ ଅର୍ଥ ଆଗମନର ସମସ୍ତ ରାସ୍ତା ଉନ୍ମୁକ୍ତ ରହିବ। ଉତ୍ତମ ଭାଷା ଓ ବ୍ୟବହାର ଦ୍ୱାରା କାମ ଗୁଡ଼ିକ ହାସଲ କରିବେ। ଖାଦ୍ୟପେୟ ଓ ପାରିବାରିକ ସୁଖ ଠିକ ରହିବ। ତଥାପି ମନରେ ଆଶଙ୍କା ଦେଖାଦେବ।

ତୁଳା: ଅନେକଙ୍କର ଦାୟିତ୍ୱ ବହନ କରିବାକୁ ପଡ଼ିବ। ବ୍ୟବସାୟକୁ ପ୍ରତ୍ୟକ୍ଷ ଭାବରେ ନିୟନ୍ତ୍ରଣ କରିବେ। ସମାଜରୁ ଆଦର ଓ ସମ୍ମାନ ପ୍ରାପ୍ତି ହେବ।

ବିଛା: ପ୍ରତି କ୍ଷେତ୍ରରେ ଯଥେଷ୍ଟ ପରିଶ୍ରମ କରିବେ, କିନ୍ତୁ ଫଳ ପ୍ରାପ୍ତି ସନ୍ତୋଷଜନକ ହେବନାହିଁ। ବିଳାସୀ ମନୋଭାବ ଯୋଗୁଁ କେତେକ ଅବହେଳା କରିପାରନ୍ତି। ପାରିବାରିକ ସ୍ନେହ ଶ୍ରଦ୍ଧା ବୃଦ୍ଧିପାଇବ।

ଧନୁ: ଆୟ ବୃଦ୍ଧି ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବେ। ଶତ୍ରୁମାନଙ୍କ ଆଚରଣ ମନରେ ଅଶାନ୍ତି ସୃଷ୍ଟି କରିବ। କଳା,ସାହିତ୍ୟ ଓ ମନୋରଞ୍ଜନରୁ ଶୁଭ ଫଳ ପାଇବେ।

ମକର: ଯାନବାହନ, ଯାତ୍ରା ଓ ବନ୍ଧୁମିଳନରୁ ଆନନ୍ଦଲାଭ କରିବେ। ପରିବାରର ସମର୍ଥନ ପାଇ ସାମାଜିକ ବା ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ଆରମ୍ଭ କରିବେ। ଆର୍ଥିକ ସ୍ଥିତି ଠିକ୍ ରହିବା ସହ ମନ ପ୍ରସନ୍ନ ରହିବ।

କୁମ୍ଭ: ପ୍ରତିକ୍ଷେତ୍ରରେ ସଫଳତା ପାଇବାକୁ ଦାବିଦାର ହେବେ। ପରୋପକାର ଓ ପରାକ୍ରମର ମିଶ୍ରଣରେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ପରିଚୟ ଦେବେ। ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ।

ମୀନ: ପୁରୁଣା ସ୍ଥିତି ମନରେ ଉଜାଗର ହୋଇ ଭାବପ୍ରବଣତା ବୃଦ୍ଧି ପାଇବ। କିଛି ଭୁଲ ସମ୍ବାଦ ପାଇ ବ୍ୟଥିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ।

 

Related story