ଏହିସବୁ କାରଣରୁ ଅଟକି ଯାଏ ଆପଣଙ୍କ ସଫଳତା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) :ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ପ୍ରଭାବ ଘର ଉପରେ ଓ ଏହାର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ପଡିଥାଏ। କେତେବେଳେ ଏହା ଆପଣଙ୍କ ଭାଗ୍ୟ ଖୋଲି ଦିଏ ଓ ଅନେକ ସଫଳତା ଆଣିଦିଏ ତ ପୁଣି କେତେବେଳେ ଏହାର ବିପରୀତ ପ୍ରଭାବ ପକାଇଥାଏ। ଯଦି ଅନେକ ସମୟ ଧରି ଆପଣଙ୍କର ଖରାପ ସମୟ ଚାଲିଛି ତେବେ ଏହା ପଛର କାରଣ ଆପଣଙ୍କ ଘରେ ଥିବା କିଛି ଜିନିଷ ହୋଇପାରେ। କିନ୍ତୁ ଯଦି […]

Chinmayee Roy
  • Published: Tuesday, 11 June 2019
  • , Updated: 11 June 2019, 07:57 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) :ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷର ପ୍ରଭାବ ଘର ଉପରେ ଓ ଏହାର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ପଡିଥାଏ। କେତେବେଳେ ଏହା ଆପଣଙ୍କ ଭାଗ୍ୟ ଖୋଲି ଦିଏ ଓ ଅନେକ ସଫଳତା ଆଣିଦିଏ ତ ପୁଣି କେତେବେଳେ ଏହାର ବିପରୀତ ପ୍ରଭାବ ପକାଇଥାଏ। ଯଦି ଅନେକ ସମୟ ଧରି ଆପଣଙ୍କର ଖରାପ ସମୟ ଚାଲିଛି ତେବେ ଏହା ପଛର କାରଣ ଆପଣଙ୍କ ଘରେ ଥିବା କିଛି ଜିନିଷ ହୋଇପାରେ। କିନ୍ତୁ ଯଦି ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯାଏ ତେବେ ଏହା ଆପଣଙ୍କ ଖରାପ ସମୟକୁ ଭଲ ସମୟରେ ପରିଣତ କରିପାରିବ। ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

୧) ଘଣ୍ଟା: ଘଣ୍ଟା କେବଳ ଆପଣଙ୍କୁ ସମୟ ବିତାଇ ନ ଥାଏ, ଏହା ଆପଣଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ଶାସ୍ତ୍ର କୁହେ। ଘରେ ଅଚଳ କିମ୍ବା ଭଙ୍ଗାରୁଜା ଘଣ୍ଟା ରଖିବା ଅଶୁଭ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ଥମିବାକୁ ଲାଗେ। ତେଣୁ ଘଣ୍ଟା ଖରାପ ହୋଇଗଲେ କି ଟିକେ ଭାଙ୍ଗିଗଲେ, ଏହାକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ, ନ ହେଲେ ଏହା ଆପଣଙ୍କ ଦୁର୍ଭାଗ୍ୟର କାରଣ ମଧ୍ୟ ସାଜିପାରେ।

୨) କଣ୍ଟାଜାତୀୟ ଗଛ: ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ବା ବଗିଚାରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁହେଁ। ଯେଉଁ ଗଛରୁ କ୍ଷୀର ବାହାରେ, ସେହିପ୍ରକାର ଗଛକୁ ମଧ୍ୟ ଘର ବା ବଗିଚାରେ ଲଗାଇବାକୁ ବାରଣ କରାଯାଇଛି। ଏପରିସବୁ ଗଛ ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶରେ ସହାୟକ ହୋଇଥାଏ। ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି ହେବା ସହ ଦେହ ମଧ୍ୟ ଅସୁସ୍ଥ ରହିଥାଏ। ଘରେ ସର୍ବଦା ଏମିତି ଗଛ ଲଗାନ୍ତୁ ଯେଉଁଥିରେ ଫୁଲ ଫୁଟୁଥିବ। ତା’ର ଫୁଲରେ ଘରର ବାତାବରଣ ଭଲ ରହେ ଓ ସକାରାତ୍ମକ ଶକ୍ତି ମିଳେ।

୩) ଭଙ୍ଗାରୁଜା ଜିନିଷ: ଘରେ ଭଙ୍ଗା ବାସନ ଓ  ଭାଙ୍ଗିଯାଇଥିବା  ଜିନିଷ ରଖିବା ଅନୁଚିତ। ଘରେ ଭଙ୍ଗାରୁଜା ଜିନିଷ ରଖିଲେ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହି କାରଣରୁ ଘରେ ମଧ୍ୟ ଅଶାନ୍ତି ଲାଗି ରହିଥାଏ। ଏଥିସହ ଘରର ଉନ୍ନତି ହୋଇପାରେନାହିଁ ଓ ଦୁର୍ଭାଗ୍ୟ ପିଛା ଛାଡ଼େ ନାହିଁ।

୪) ଜୋତା: ଘରେ ପୁରୁଣା ଜୋତା ଅବା ଆଉ ବ୍ୟବହାର ହେଉ ନ ଥିବା ଜୋତା ରଖନ୍ତୁ ନାହିଁ। ଏହା ଦ୍ୱାରା ଘର ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ସମସ୍ୟା ଯିବାର ନାଁ ଧରେନି। ସେହିଭଳି ବ୍ୟବହୃତ ଜୋତା ଓ ଚପଲ ଆଦିକୁ ସବୁବେଳେ ବ୍ୟବସ୍ଥିତ ଢଙ୍ଗରେ ଘରର ପଶ୍ଚିମ ଦିଗକୁ ମୁହଁ କରି ରଖନ୍ତୁ। କେବେ ହେଲେ ଜୋତାକୁ ଖଟ ତଳେ ରଖନ୍ତୁ ନାହିଁ।

୫) ମୂର୍ତ୍ତି: ଠାକୁର ଘରେ କେବେ ହେଲେ କୌଣସି ଖଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ। କାରଣ ମୂର୍ତ୍ତି ଖଣ୍ଡିତ ଅବସ୍ଥାରେ ଠାକୁର ଘରେ ରହିଲେ ପୂଜା ସମ୍ପନ୍ନ ହୁଏ ନାହିଁ କି ପୂଜାର ଫଳ ମିଳେନାହିଁ। ଅନେକ ଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯେ ଠାକୁର ଘରେ ଗୋଟିଏ ଭଗବାନଙ୍କର ଅନେକ ଫଟୋ ବା ମୂର୍ତ୍ତି ରହିଥାଏ। ଏଭଳି କରିବା ଉଚିତ୍‌ ନୁହେଁ। ଏଭଳି କଲେ ଘରର ସଦସ୍ୟଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼େ।

Related story