ମାର୍ଚ୍ଚ ୨୩, ଶନିବାର: ଶୁଭ ଖବର ଶୁଣି ପାରନ୍ତି

ମେଷ: ବିବାହ ସ୍ଥିର ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ବୃଷ: ଉପହାର ମିଳିବ। ବ୍ୟସ୍ତତା ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ମିଥୁନ:ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। […]

rasi

Jitendra Garnayak
  • Published: Saturday, 23 March 2019
  • , Updated: 23 March 2019, 10:57 AM IST

ମେଷ: ବିବାହ ସ୍ଥିର ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

ବୃଷ: ଉପହାର ମିଳିବ। ବ୍ୟସ୍ତତା ଭିତରେ ରହିବେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।

ମିଥୁନ:ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

କର୍କଟ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ସିଂହ: ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି। ଚାକିରିଆଙ୍କ ପାଇଁ ପଦୋନ୍ନତି ଯୋଗ ରହିଛି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।

କନ୍ୟା: ପିଲାମାନେ ପାଠପଢାରେ ସଫଳତା ପାଇବେ। ନୂତନ ବସ୍ତ୍ର କିଣି ପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବୌଦ୍ଧିକ ଚର୍ଚ୍ଚାରେ ଯୋଗ ଦେଇ ପାରନ୍ତି। କଳା ଓ ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ।

ବିଚ୍ଛା: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ଚିନ୍ତିତ ରହିବେ।

ଧନୁ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ।

ମକର: ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ପାଇଁ ଜିନିଷ କିଣି ପାରନ୍ତି। ଶୁଭ ଖବର ଶୁଣି ପାରନ୍ତି।

ମୀନ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରଠାରୁ ଚିନ୍ତିତ ରହିବେ।

Related story