ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଫଳ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ।
ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ।
ମିଥୁନ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବହୁ ଦିନର ଆଶା ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ।
କର୍କଟ: ପାରିବାରିକ ଦ୍ୱନ୍ଦ୍ୱ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ବ୍ୟବସାୟରେ ବାଧାବିଘ୍ନ ସୃଷ୍ଟି ହେବ।
ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।
କନ୍ୟା: ପ୍ରତ୍ୟେକଟି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ତୁଳା: ନିଜ ମନ ପସନ୍ଦର କାମ କରିବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବସ୍ତ୍ର ଓ ଅଳଙ୍କାର ଜାତୀୟ ବ୍ୟବସାୟରେ ଲାଭବାନ ହେବେ।
ବିଛା: ମହିଳାମାନେ ଘର କାର୍ଯ୍ୟରେ ମନ ଦେବେ। ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ପାଇବେ।
ଧନୁ: ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡ଼ା ହୋଇଯିବ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ।
ମକର: ବକେୟା ଅର୍ଥକୁ ନେଇ ଯୁକ୍ତତର୍କ ତଥା ମତଭେଦ ଦେଖା ଦେଇପାରେ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ।
କୁମ୍ଭ: ନିଜ ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସରଳ ସମାଧାନ କରିବେ। ମହିଳାମାନେ ଜନକଲ୍ୟାଣ ମୂଳକ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହେବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହେବାର ସମ୍ଭାବନା ରହିଛି।
ମୀନ: ରାଜନେତାମାନେ ଆଦରଣୀୟ ହେବେ। ଗୁପ୍ତ ଶତ୍ରୁମାନେ ପରାଜିତ ହେବେ, ଫଳରେ ମନରେ ଶାନ୍ତି ଦେଖାଦେବ। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।