୮ ଡିସେମ୍ବର, ମଙ୍ଗଳବାର: ଯାତ୍ରା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ

ମେଷ: ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିବ। ବୃଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ସୁଖଶାନ୍ତି ଅତୁଟ ରହିବ। ଯେଉଁ କାମରେ ହାତ ଦେବେ, ସେଥିରେ ବିଜୟ ଲାଭ କରିବେ। ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ। ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗାଦନ କରିପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବା ପାଇଁ ଯୋଗ୍ୟ […]

RASI

Tapaswini Nayak
  • Published: Tuesday, 08 December 2020
  • , Updated: 08 December 2020, 08:19 AM IST

ମେଷ: ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିବ।

ବୃଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ସୁଖଶାନ୍ତି ଅତୁଟ ରହିବ। ଯେଉଁ କାମରେ ହାତ ଦେବେ, ସେଥିରେ ବିଜୟ ଲାଭ କରିବେ। ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ।

ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗାଦନ କରିପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି, ତେଣୁ ଜଗିରଖି ଚଳନ୍ତୁ। ଛୋଟ ଛୋଟ କଥାରେ ମିତ୍ରମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ।

ସିଂହ: କୌଣସି ନୂତନ ସ୍ଥାନ ଭ୍ରମଣ ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

କନ୍ୟା: ଗୃହକୁ ବନ୍ଧୁଙ୍କ ଆଗମନ ହେବ, ଯାହାଫଳରେ ମନ ପ୍ରଫୁଲ୍ଲ ରହିବ। ମହିଳାମାନଙ୍କ କାର୍ଯ୍ୟ ଘରେ ବାହାରେ ପ୍ରଶଂସନୀୟ ହେବ।
ଯଦି ଯାନବାହନ ଚଳାଉଥା’ନ୍ତି, ତେବେ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଯାନ୍ତ୍ରିକ ତ୍ରୁଟି ଦେଖାଦେଇପାରେ।

ତୁଳା: କୌଣସି ଜରୁରୀ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅସମ୍ପୂର୍ଣ୍ଣ ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ।

ବିଛା: ନୃତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ। ଜନକଲ୍ୟାଣମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ। ନିଜ ଜୀବନ ସାଥୀର ପ୍ରେରଣା ପାଇ ଉପକୃତ ହେବେ।

ଧନୁ: ଗୁପ୍ତଶତ୍ରୁଙ୍କ ଯୋଗୁ ମନରେ ଭୟ ଜାତ ହେବ। ଅପ୍ରିୟ ସତ୍ୟ କଥା କୁହନ୍ତୁ ନାହିଁ, ନଚେତ୍ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ସେମାନେ ଶତ୍ରୁତା ଆଚରଣ କରିବେ।

ମକର: ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିପାରନ୍ତି। ସମାଲୋଚିତ ହୋଇପାରନ୍ତି। ଆର୍ଥିକ ସମସ୍ୟା ଓ ପାରିବାରିକ ଅଶାନ୍ତି ମନକୁ ବ୍ୟଥିତ କରାଇବ।

କୁମ୍ଭ: ନିଜସ୍ଵ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ବୃତ୍ତିଗତ ବ୍ୟବସାୟରେ ଉନ୍ନତି ଦେଖାଦେବ।

ମୀନ: ଗୁପ୍ତ ଶତ୍ରୁମାନଙ୍କର ଷଡ଼ଯନ୍ତ୍ର ବିଫଳ ହେବ ଓ ମନ ଖୁସି ରହିବ। ବିଳମ୍ବ ହେଲେ ମଧ୍ୟ ଅଟକି ଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ।
ସନ୍ତାନସନ୍ତତିମାନେ ଆଜ୍ଞାଧୀନ ହେବେ।

Related story